ଶିଶୁ ଶ୍ରମିକ ନିରାକରଣ ସଚେତନତା ରାଲି

0 2

ରାଉରକେଲା,(ବସନ୍ତ କୁମାର ଜେନା) : ଜିଲ୍ଲା ପ୍ରଶାସନ ଓ ରାଉରକେଲା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ରେ ଜିଲ୍ଲାର ରେ ଜୁନ ୧ ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

ଏହି ପରିପ୍ରେକ୍ଷୀ ରେ ରାଉରକେଲା ସହରରେ ସଚେତନତା ରାଲି କରା ଯାଇଥିଲା। ଏହାକୁ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ ରଂଜନ ଜେନା ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ରାଉରକେଲା ରେଲ ଷ୍ଟେସନ ରୁ ବାହାରି ମୁଖ୍ଯ ରାସ୍ତା ଦେଇ ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପହଞ୍ଚି ଥିଲା। ଏହି ରାଲି ରେ ଚାଇଲ୍ଡ ଲାଇନ, ଆଙ୍ଗନବାଡି କର୍ମୀ, ବିଭିନ୍ନ ଏନଜିଓ ସଂସ୍ଥା ର ସଦସ୍ଯ ମାନେ ଅଂଶ ଗ୍ରହଣ କରିଥିଲେ ଏବଂ ଲୋକଙ୍କ ପାଖରେ ୧୪ ବର୍ଷ ରୁ କମ୍ ଶିଶୁ ମାନଙ୍କୁ କୌଣସି କାମରେ ନିଯୁକ୍ତ ନ କରିବା ସହ ଯଦି ବିପଦ ସଂକୁଳ ଅବସ୍ଥା ରେ ଶିଶୁ ଶ୍ରମିକ ସହାୟତା ହେଲ୍ପ ଲାଇନ ୧୫୫୩୬୮ ଓ ଚାଇଲ୍ଡ ଲାଇନ ନମ୍ବର ୧୦୯୮କୁ ସୂଚିତ କରିବା ପାଇଁ ସଚେତନ ବାର୍ତ୍ତା ପହଞ୍ଚାଇଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଦିବ୍ୟ ଜ୍ୟୋତି ନାୟକ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ପରିଚାଳନା କରିଥିଲେ।

Leave A Reply

Your email address will not be published.