ଆଗାମୀ ଦିନରେ ସଂଗଠନ ମଜଭୁତ ହେବ : ବିଧାୟିକା ବର୍ଷା ସିଂ ବରିହା
ପଦ୍ମପୁର : ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି l ଏହି ମିଶ୍ରଣ ପର୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜବୋଡ଼ାସମ୍ବର ବ୍ଳକ କନସିଂହା ଗ୍ରାମପଞ୍ଚାୟତ ଗୌଡ଼ପାଳି ଗ୍ରାମ ର ୨୬ଜଣ ବିଜେପି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡ଼ି ବିଜୁ ଜନତା ଦଳ ରେ ଯୋଗଦାନ କରିଛନ୍ତି l କନସିଂହା ଗ୍ରାମପଞ୍ଚାୟତ ସଭାପତି ନାରାୟଣ ବେହେରା ଙ୍କ ନେତୃତ୍ୱରେ ମାନନୀୟା ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ଉପସ୍ଥିତିରେ ଗୌଡପାଲିର ରୂପଧର ପଧାନ, କିଶୋର ସାହୁ, ମୋହନ ସାହୁ, ଦୁଃଶାସନ ପଧାନ , ଦକ୍ଷିଣ ପଧାନ, କେଲା ପଧାନ, ଘାସିରାମ ସ୍ଵାଇଁ, ଶିବ ବରିହା, ଚନ୍ଦ୍ରମଣି ସାହୁ, ପାରେଶ୍ଵର ସାହୁ, ଯୁଧିଷ୍ଠିର ସାହ, ପ୍ରଫୁଲ୍ଲ ପାଣିଗିରି, ବବଲୁ ସାହୁ, ଟିକେସ୍ଵର ସାହୁ, କାନ୍ତ ବରିହା, ଅଶୋକ କୁମ୍ଭାର, କିରଟି ବରିହା, ସୁରେନ ପଧାନ, ବିବେକା ଭୋଇ, ଲକ୍ଷ୍ମଣ ସାହୁ, ମନୋଜ ପଧାନ, ଜିତେନ ବରିହା, ସୁରେଶ ସାହୁ, ରାଜେନ୍ଦ୍ର ବରିହା, ଅକ୍ଷୟ ବରିହା ବିଜେପି ଓ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି l
ଆଜିର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ଫଳରେ ଆଗାମୀ ଦିନରେ ଦଳର ସଂଗଠନ ମଜଭୁତ ହେବ ବୋଲି ବିଧାୟିକା ଶ୍ରୀମତୀ ବରିହା ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଯୁବନେତା ଭୋଜରାଜ ସିଂ ବରିହା, ପ୍ରଶାନ୍ତ ମହାନ୍ତି, ଓ ଦଳର ସମସ୍ତ କର୍ମୀ ଉପସ୍ଥିତ ଥିଲେ l