ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ୧୩୨ ତମ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନୂଆ ବସ୍ ଷ୍ଟାଣ୍ଡ ଠାରେ ଥିବା ବାବା ସାହେବ ଡ଼.ଭୀମ ରାଓ ଆମ୍ବଦକରଙ୍କ ପ୍ରତି ମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ସକାଳ ମାଲ୍ୟାର୍ପଣ ସମୟରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମାଞ୍ଚଳ ଖମାରୀ , ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଭୀମ ରାଓ ସେନା ଜିଲ୍ଲା ସଭାପତି ଶ୍ରୀ କୃଷ୍ଣ ବମ୍ମାଲି , ଭୀମ ସେନା କର୍ମଚାରୀ ସଭାପତି ଶ୍ରୀ ଏସ୍.ପାପା ରାଓ ସମେତ ସହରର ସମସ୍ତ ବୁଦ୍ଧିଜୀବି , ବରିଷ୍ଟ ନାଗରିକ , ସରକାରୀ ଓ ବେସରକରୀ କର୍ମଚାରୀ ଓ ଭୀମ ସେନା ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତରେ ସହର ପରିକ୍ରମା କରି ଫୁଷ୍ପ ମାଲ୍ୟା ଅର୍ପଣ କରାଯାଇଥିଲା।
ପରେ ପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ସାଧାରଣ ସଭାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟବକ୍ତା
ଅଧ୍ୟକ୍ଷ , ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପଦ୍ମପୁର , ଗୁମ୍ମା , ଶ୍ରୀ ମନୋଜ କୁମାର ପଟ୍ଟନାୟ , ଗଜପତି ଜିଲ୍ଲା ଭୀମ ସେନା ସଭାପତି ଶ୍ରୀ ରାମ କୃଷ୍ଣ ବମ୍ମାଲି ଓ ଭୀମ ସେନା କର୍ମଚାରୀ ସଙ୍ଘର ସଭାପତି ଶ୍ରୀ ଏସ୍.ପାପା ରାଓ ମଞ୍ଚାସୀନ ଥିଲେ।
ଜିଲ୍ଲାପାଳ ଶ୍ରୀ ପଣ୍ଡା ନିଜ ଅଭିଭାଷଣରେ କହିଥିଲେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ ଡ଼.ଭୀମ ରାଓ ଆମ୍ବେଦକର ସାରା ଭାରତରେ ତଥା ମାନବ ଜୀବନ ଇତିହାସ ବିଷୟରେ ଲିପିପଦ୍ଧ ହୋଇ ରହିଛି। ପୃଥିବୀର ସର୍ବଶ୍ରେଷ୍ଠ ସମ୍ବିଧାନ ଭାବେ ଗଣନା କରାଯାଉଥିବା ଭାରତ ସମ୍ବିଧାନର ପ୍ରଣେତା ଡ଼.ବି.ଆର୍ ଆମ୍ବେଦକର ସମ୍ବିଧାନର ଏକାଧାରରେ ଜଣେ ଅର୍ଥନୈତିଜ୍ଞ , ଆଇନଜ୍ଞ, ସମାଜ ସଂସ୍କାର , ଗବେଷକ, ଦକ୍ଷ ପ୍ରଶାସକ , ଜନନେତା ଓ ରାଷ୍ଟ୍ର ନାୟକ। ଶିକ୍ଷା , ସମାଜ ସଂସ୍କାର ଓ ଭାରତୀୟ ରାଜନୀତିକୁ ତାଙ୍କର ଅବଦାନ ଅତୁଳନୀୟ ତାଙ୍କର ଆମର କୀର୍ତ୍ତି ସଦା ସର୍ବଦା ଆମର ପେରଣର ଉତ୍ସ ହୋଇ ରହିବ ବୋଲି ନିଜର ଅଭିଭାଷଣ ରଖିଥିଲେ।
ସେହିରି ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ ଆମ୍ବେଦକରଙ୍କ ଜୀବନୀ ଶୈଳୀ ଭାରତୀୟ ସମ୍ବିଧାନ ଲିଖନ ସଂପର୍କରେ ଭାରତୀୟ ନୀତି ପ୍ରଣେତା , ରାଜନୀତିକ ନେତା , ଦାର୍ଶନିକ , ଐତିହାସିକ , ଅର୍ଥନୀତିଜ୍ଞ ଓ ସମ୍ପାଦକ ଥିଲେ। ଆଧୁନିକ ଭାରତର ନିର୍ମାଣରେ ବାବା ସାହେବ ଆମ୍ବେଦକରଙ୍କ ଭୂମିକା ଅତୁଳନୀୟ ଓ ସ୍ମରଣୀୟ। ସେଥି ପାଇଁ ତାଙ୍କୁ କୌଣସି ଭାରତୀୟ ଭୁଲିପାରିବ ନାହିଁ ବୋଲି ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ପୂର୍ବରୁ ହୋଇଥିବା ବକୃତା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ବରିଷ୍ଟ ନାଗରିକ ଆମ୍ବେଦକରଙ୍କ ଜୀବନୀ ଉପରେ ଏକ ସୁନ୍ଦର କବିତା ପାଠ କରିଥଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ନରସିଂହ ବ୍ରଜବନ୍ଧୁ ପରିଚାଳନରେ ସହଯୋଗ କରିଥିବା ବେଳେ ଶ୍ରୀ ନାରାୟଣ ସେଠୀ , ଉପଦେଷ୍ଟା , ଭୀମ ସେନା କର୍ମଚାରୀ ଗଜପତି ଧନ୍ୟବାଦ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.