ଜିଲ୍ଲାସ୍ତରୀୟ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରୟଣ ଦେବଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରୟଣ ଦେବଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୨୬ ଅପ୍ରେଲ୍ ସକାଳ ୭ ଘଣ୍ଟା ସମୟରେ ବଜାର ଛକ ନିକଟସ୍ଥ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରୟଣ ଦେବଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟା ଅର୍ପଣ କରାଯିବ ପରେ ପରେ ମହାରାଜାଙ୍କ ସ୍ମୃତି ସୌଧରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ।
ଏକ ଶୋଭଯାତ୍ରା ସକାଳ ୭ ଘଣ୍ଟା ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା , ବୀରବାଦ୍ୟ ଦଳ , ପାଇକ ଆଖଡ଼ା ଦଳ ସହରର ଜନସାଧାରଣ ଏବଂ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ସହଯୋଗରେ ଏକ ଶୋଭାଯାତ୍ରା ବଜାର ଛକ ନିକଟସ୍ଥ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତି ମୂର୍ତ୍ତିରୁ ବାହାରି ମହାରାଜାଙ୍କ ସ୍ମୃତି ସୌଧ ଅଭିମୁଖେ ଯାତ୍ରା କରାଯିବ।
ଶୋଭାଯାତ୍ରା ସମୟରେ ଯାନବାହାନ ନିୟନ୍ତ୍ରଣ ବ୍ୟବସ୍ଥା , ଜରୁରୀକାଳୀନ ସେବା , ପାନୀୟ ଜଳର ବ୍ୟବସ୍ଥା ଏବଂ ସନ୍ଧ୍ୟା ସମୟରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନେଇ ସମସ୍ତ ସଭ୍ୟ ସଭ୍ୟା ମାନଙ୍କ ଦ୍ଵାରା ଫୁଙ୍ଖନୁଫୁଙ୍ଖ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଓ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ବରିଷ୍ଟ ନାଗରିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ , ସହରର ବରିଷ୍ଟ ନାଗରିକ , ବୁଦ୍ଧିଜୀବି ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ ବୈଠକରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.