ଭୁବନେଶ୍ୱର:- ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉନ୍ଟାନ୍ଟସ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖା ଓ ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ କମିଟି ପକ୍ଷରୁ ସ୍ଥାନୀୟ ହୋଟେଲରେ ଏମ୍ଏସ୍ଏମ୍ଇ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ସମ୍ମାନିତ ଅତିଥି ଭାବେ ଓଡିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ, ଆଇଏଏସ୍ ଶାଶ୍ୱତ ମିଶ୍ର ଉପସ୍ଥିତ ଥିଲେ । ଆଇସିଏଆଇ ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ କମିଟିର ଅଧ୍ୟକ୍ଷ ସିଏ ଧୀରଜ କୁମାର ଖଣ୍ଡେଲୱାଲ, ଉପାଧ୍ୟକ୍ଷ ସିଏ ରାଜ ଚାୱଲା, ICAI ର ଉପସଭାପତି ରଂଜୀତ କୁମାର ଅଗ୍ରୱାଲ, ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ସିଏ ପ୍ରଦୀପ କୁମାର ସାହୁ, ଉପାଧ୍ୟକ୍ଷ ସିଏ ଗଗନ ବିହାରୀ ଦାଶ ଏବଂ ସଚିବ ସିଏ ମହେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଆଇସିଏଆଇ ଏମ୍ଏସ୍ଏମ୍ଇ ଆଣ୍ଡ ଷ୍ଟାର୍ଟଅପ୍ କମିଟି ଏବଂ ଓଡିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
ମୁଖ୍ୟ ଅତିଥି ଶ୍ରୀ ଦେବ ଓଡିଶା ରାଜ୍ୟରେ ଏମ୍ଏସ୍ଏମ୍ଇର ଅଭିବୃଦ୍ଧି ସମ୍ବନ୍ଧରେ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ ।
ଉପସଭାପତି ସିଏ ଶ୍ରୀ ଅଗ୍ରୱାଲ କହିଥିଲେ, “ଓଡିଶାରେ ଉଦ୍ୟୋଗପତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଆଇସିଏଆଇ ସେମାଙ୍କର ଦକ୍ଷତା ବଢାଇବା ସହ ଷ୍ଟାର୍ଟଅପ୍କୁ ବ୍ୟବସାୟିକ କେନ୍ଦ୍ରିକ କରିବାକୁ ପଦକ୍ଷେପ ନେଇଛି । ଏହାର ବିକାଶ କରିବା ଲକ୍ଷ୍ୟରେ ନୂତନ ପଦକ୍ଷେପମାନ ଗ୍ରହଣ କରିବା ଦିଗରେ ଉତ୍ସାହ ପ୍ରଦାନ କରିଥିଲେ ।”
ଷ୍ଟାର୍ଟଅପ୍ କମିଟିର ଅଧ୍ୟକ୍ଷ ଶ୍ରୀ ଖଣ୍ଡେଲୱାଲ କହିଥିଲେ, ଉଦ୍ୟୋଗୀମାନଙ୍କର ଅବଦାନରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ନିମନ୍ତେ ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ କମିଟି ସହଯୋଗର ହାତ ବଢାଉଛୁ ।
ବିଭିନ୍ନ ଟେକ୍ନିକାଲ ସେସନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଶିଳ୍ପ ନିର୍ଦ୍ଦେଶକ, ମହମ୍ମଦ ସାଦିକ୍ ଆଲାମ୍, ଆଇଏସ ଏମ୍ଏସ୍ଏମ୍ଇ ସ୍କିମ୍ ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରିଥିଲେ । ସମ୍ମିଳନୀ ରେ କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ଯୋଜନାରେ ସବ୍ସିଡି/ଇନ୍ସେନ୍ଟିଭ୍ ସମ୍ବନ୍ଧରେ ଅଂଶଗ୍ରହଣକାରୀଙ୍କୁ ସୂଚନା ଦେଇଥିଲେ । ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଚାଟାର୍ଡ ଆକାଉନ୍ଟାନ୍ଟଙ୍କ ପାଇଁ କ୍ଷୁଦ୍ର, ମଧ୍ୟମ ଓ ବାଣିଜ୍ୟ ଦିଗରେ ସୁଯୋଗ ସମ୍ବନ୍ଧରେ ସୂଚନା ଦେଇଥିଲେ ।
ଏହି ସମ୍ମିଳନୀରେ ୧୭୫ରୁ ଅଧିକ ଚାଟାର୍ଡ ଆକାଉନ୍ଟାନ୍ଟ, ବିଭିନ୍ନ ଅନୁଷ୍ଠାନ ଏବଂ ଏମ୍ଏସ୍ଏମ୍ଇ ବିଭାଗର ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ଏହି ଅବସରରେ ଓଡିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଝାରସୁଗୁଡା, ରାଉରକେଲା ଏବଂ ସମ୍ବଲପୁର ଶାଖାର ପରିଚାଳନା ସଦସ୍ୟମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.