ଝାରବନ୍ଧ – ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବିଶା ଶହେ କୁଳ କୁଇଲତା ସମାଜ ର ଏକ ବୈଠକ ସଭାପତି ବାସୁଦେବ ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡ ସ୍ଥରୀୟ ସଭାପତି ଯୋଗେନ୍ଦ୍ର ଭୋଇ ଯୋଗଦାନ କରି ସମାଜ ର ଉନ୍ନତି ପାଇଁ ସମସ୍ତ ସଦସ୍ୟ ଏକତ୍ରିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ l ବହୁ ବରେଣ୍ୟ ବ୍ୟକ୍ତି ବିଶେଷ ଙ୍କ ଦୀର୍ଘ ଦିନ ର ସାଧନା ଓ ସଂକଳ୍ପ ର ଫଳ ସ୍ୱରୂପ 1936 ମସିହା ଏପ୍ରିଲ 1 ତାରିଖ ଦିନ ବ୍ରିଟିଶ ସାଶନ ସମୟ ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା lସ୍ୱତନ୍ତ୍ର ପ୍ରଦେଶ ଗଠନ ର ସ୍ୱର ମଧୁ ବାବୁ ହିଁ ଉଠାଇଥିଲେ ବୋଲି ମୁଖ୍ୟ ଅତିଥି ଶ୍ରୀ ଭୋଇ କହିଥିଲେ l ସମ୍ପାଦକ ଶ୍ୟାମସୁନ୍ଦର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ l ସମସ୍ତେ ସମଵେତ କଣ୍ଠ ରେ କାନ୍ତ କବି ଙ୍କ ରଚିତ ” ବନ୍ଦେ ଉତ୍କଳ ଜନନୀ “ସଙ୍ଗୀତ ସମୂହ ଗାନ କରାଯାଇଥିଲା l ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ରେ ଉତ୍ସର୍ଗୀକୃ କରିଥିବା ଅମର ବ୍ୟକ୍ତିତ୍ୱ ମାନଙ୍କର ଭୁମିକା ସମ୍ପର୍କ ରେ ଅତିଥିଗତ ଆଲୋକପାତ କରିଥିଲେ l ଆସନ୍ତା ଚୈତ୍ର ପୂଜା ମହୋତ୍ସବ ରେ ନୃସିଂହନାଥ ପୀଠରେ ଥିବା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବା କୁ ସଭାରେ ନିବେଦନ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.