ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଉତ୍କଳ ହିତୈଷିଣୀ ସମାଜ , ପାରଳାଖେମୁଣ୍ଡି ଓ ବିବେକାନନ୍ଦ ଲୋକ ସଂସଦର ମିଳିତ ଆନୁକୁଲ୍ୟରେ ୮୮ ତମ “ଓଡିଶା ଦିବସ” ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଉଭୟ ଅନୁଷ୍ଠାନ ପକ୍ଷରୁ ପୁଣ୍ୟଶ୍ଳୋକ ନବ ଉତ୍କଳର ନିର୍ମାତା ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଥିଲା।
ଶ୍ରୀ ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଯୋଗ ଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଓ ଓଡ଼ିଶାର ଅନ୍ୟାନ୍ୟ ବରପୁତ୍ର ମାନଙ୍କ ଅବଦାନ ସମ୍ପର୍କରେ ସ୍ମରଣ କରାଇବା ସହ ନୂଆ ଓଡ଼ିଶା ଗଢିବାକୁ ସମସ୍ତଙ୍କର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ।
ବିଶିଷ୍ଟ ଅତିଥି ଭାବେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପଦେଷ୍ଟା ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଇତିହାସ ଓ ଆବଶ୍ୟକତା ସମ୍ପର୍କରେ କହିବା ସହ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବ୍ୟକ୍ତିଗତ ସ୍ତରରେ ସମସ୍ତେ ସଜାଗ ହେବା ଆବଶ୍ୟକ ବୋଲି କହିବା ସହ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଓଡ଼ିଆ ଭାଷାର ବ୍ୟବହାର କରାଯାଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ବିବେକାନନ୍ଦ ଲୋକ ସଂସଦର ସମ୍ପାଦିକା ଶ୍ରୀମତୀ ସସ୍ମିତା ଦାସ , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଓ ସଂଯୋଜିକା ଅରୁପାଞ୍ଜଳି ମହାନ୍ତି ମଞ୍ଚାସୀନ ହୋଇ ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅଧିବକ୍ତା ଶ୍ରୀମତୀ ଇତିଶ୍ରୀ ମହାପାତ୍ର , ସମାଜସେବୀ ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ଗୌରହରି ପଟ୍ଟନାୟକ , ଶ୍ରୀ ଜଗଦୀଶ ମହାପାତ୍ର , ଅଧ୍ୟାପିକା ଭବାନୀ ଦାଶ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଶ୍ରୀ ଭାଗବତ ପାଢ଼ୀ ଅତିଥି ଆବାହନ ଓ “ଆକାଂକ୍ଷ” ମହିଳା ସଙ୍ଗଠନର ସଭାପତି ଆଶାଲତା ପାଣିଗ୍ରାହୀ ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସଭାଶେଷରେ ପାରଳାର ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ପକ୍ଷରୁ ନୃତ୍ୟଶିଳ୍ପୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ କରିଥିଲେ। ସହରର ଶତାଧିକ ବୁଦ୍ଧିଜୀବି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post