ଜାତୀୟ ସବ-ଜୁନିଅର ଓ କ୍ୟାଡେଟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ପୁରୀ ଖେଳାଳିଙ୍କ କୃତିତ୍ବ

0 1

ପୁରୀ, (ଅନିମେଶ ପଟ୍ଟନାୟକ): ୨୮ ମାର୍ଚ୍ଚ ୨୦୨୩ ରୁ ୩୧ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ , ରାଜସ୍ଥାନ ର କୋଟା ବିଶ୍ୱବିଦ୍ୟାଳୟ ସ୍ଥିତ ଇଣ୍ଡୋରର ଷ୍ଟାଡିଅମରେ ୩୬ତମ ସବ ଜୁନିୟର ଟାଏକୋଣ୍ଡୋ କିରୋଗୀ ଓ ୧୦ତମ ସବ ଜୁନିୟର ଟାଏକୋଣ୍ଡୋ ପୁମ୍-ସେ ପ୍ରତିଯୋଗିତା ଓ ୧୦ମ କ୍ୟାଡେଟ କିରୋଗୀ ଓ ପୁଂସି ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।ଏହି ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ପୁରୀରୁ ୧୬ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ । ପୁରୀ ଜିଲ୍ଲାର କ୍ୟାଡେଟ କିରୋଗୀ ବିଭାରେ ଅପର୍ଣ୍ଣା ସାହୁ ରୌପ୍ୟ ପଦକ ଜିତି ଥିବା ବେଳେ ବ୍ୟକ୍ତିଗତ ପୁଂପସେ ଇଭେଣ୍ଟ ରେ ଦିବ୍ୟା ସାହୁ ସ୍ଵର୍ଣ ଓ ଯୁଗ୍ମ ପୁଂମସେ ରେ ପ୍ରିୟାଂଶୁ ସ୍ୱାଇଁ ଓ ଅପର୍ଣ୍ଣା ସାହୁ କଂସ୍ୟ ପଦକ ଓ ବାଳିକା ଟିମ ପୁମସେ ରେ ମୀରାମ୍ବିକା ସାହୁ ଅନନ୍ୟା ପ୍ରିୟଦର୍ଶିନୀ, ଦିବ୍ୟା ସାହୁ ରୌପ୍ୟ ପଦକ ଜିତି ଥିଲେ ।

ଟିମ କୋଚ ଭାବେ ବିଶ୍ୱନାଥ ନାୟକ, ମିଥୁନ କୁମାର ସାହୁ, ସଂଯୁକ୍ତା ବରାଳ ଓ ଦୀପକ କୁମାର ପ୍ରଧାନ ଖେଳାଳୀମାନଙ୍କୁ ଉଚ୍ଚାହିତ କରିଥିଲେ । ପୁରୀ ଜିଲ୍ଲା ସଂଘ ର ସଭାପତି ଶ୍ରୀ ଧବଳେଶ ମହାପାତ୍ର ଓ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ଏବଂ ଅଧକ୍ଷ ବ୍ୟୋମକେଶ ଅଭିଳାଷ ପ୍ରସାଦ ସମସ୍ତ ଖେଳାଳି ଆଉ କୋଚମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.