ବରଗଡ :- ,ଗତ କାଲି ପ୍ରାୟ ବାର ଘଣ୍ଟା ସମୟରେ ପାଇକମାଲ ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ ର ରଞ୍ଜିତପୁର ଛକ ନିକଟରେ ଦୁଇ ଗୋଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଚାଳକ ଙ୍କର ମୃତ୍ୟୁ ହୋଇଯାଇଥଲା । ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କର ଦ୍ୱାରା ମିଳିଥିବା ସୂଚନା ଅନୁସାରେ ରଞ୍ଜିତପୁର ଗ୍ରାମର ଯଶୋବନ୍ତ ମେହେର ତାଙ୍କ ସ୍ତ୍ରୀ ଓ ଛୁଆ ସହିତ ନିଜ ବାଇକ ନମ୍ବର OD16073 ରେ ମାଁ ନିଶାନି ଦେବୀଙ୍କ ମନ୍ଦିର ରୁ ଯାତ୍ରା ଦେଖି ଫେରୁଥିବା ସମୟରେ ପାଇକମାଲ ପଟରୁ ଆସୁଥିବା ଝାରବନ୍ଧ ବ୍ଲକ ବିଳାଶପୁର ଗ୍ରାମର ଗୋପବନ୍ଧୁ ସୁନା ଙ୍କର ବାଇକ ନମ୍ବର OD 17A 5391 ସହିତ ମୁହାଁମୁହିଁ ଧକ୍କା ହୋଇ ଯାଇଥିଲା ଫଳରେ ଗୋପବନ୍ଧୁ ଓ ଯଶୋବନ୍ତ ସମେତ ଯଶୋବନ୍ତ ର ପୁଅ ଗଭୀର ଭାବରେ ଆହତ ହୋଇଥିଲେ । ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଡାକ୍ତରଖାନା କୁ ନିଆଯାଇଥିଲା । ହେଲେ ଚିକିତ୍ସା ଧୀନ ଅବସ୍ଥାରେ ଉଭୟ ଯଶୋବନ୍ତ ଓ ଗୋପବନ୍ଧୁ ଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମୃତକ ଯଶୋବନ୍ତ ର ଛୁଆ କୁ ବର୍ତ୍ତମାନ ବରଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ମୃତ୍ୟୁ ଖବର ପାଇବା ପରେ ପାଇକମାଲ ପୋଲିସ ଡାକ୍ତରଖାନାକୁ ପହଂଛି ଶବ ବ୍ୟବଚ୍ଛେଦ କରାଇବା ପରେ ଅନ୍ତିମ ସଂସ୍କାର ପାଇଁ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପାଇକମାଲ ଥାନାରେ ମାମଲା ନମ୍ବର 76/23 ଧାରା279 , 337 ,304 ରେ ମାମଲା ରୁଜୁ କରି ସବ ଇନ୍ସପେକ୍ଟର ଶ୍ରୀ ବିମଲ ଲାକ୍ରା ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି ।
Sign in
Sign in
Recover your password.
A password will be e-mailed to you.