ରାମ ନବମୀ ଅବସର ରେ ଭବ୍ୟ ଓ ଆକର୍ଷଣୀୟ ଶୋଭାଯାତ୍ରା

0

ବରଗଡ : ପବିତ୍ର ରାମ ନବମୀ ଅବସର ରେ ପାଇକମାଳ ଶିବ ମନ୍ଦିର ରୁ ଏକ ଭବ୍ୟ ଓ ଆକର୍ଷଣୀୟ ଶୋଭାଯାତ୍ରା ରେ ପାଇକମାଳ ମାରୱାଡି ଯୁବାମଞ୍ଚ ର କର୍ମକର୍ତା, ବଣିକ ସଂଘ ର କର୍ମକର୍ତା, ପାଇକମାଲ ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ର କର୍ମକର୍ତା ଙ୍କର ସମେତ ରାମ ଭକ୍ତ ଓ ଅନେକ ଯୁବକ ମହିଳା ମାନେ ପତାକା ଧରି ଏକ ଶୋଭାଯାତ୍ରା ରେ ବାହାରି ଦୁର୍ଗା ମନ୍ଦିର,ସାଇ ମନ୍ଦିର ଓ ରାଧା କୃଷ୍ଣ ମନ୍ଦିର ଓ ଶଡକପଡାରେ ହେଉଥିବା ନାମଯଜ୍ଞ ମଣ୍ତଳି ପର୍ଯ୍ୟନ୍ତ ଜୟ ଶ୍ରୀରାମ ନାରା ଲଗାଇ ସହର ପରିକ୍ରମା କରି ଥିଲେ । ଏହି ଶୋଭାଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁ ଓ ଭକ୍ତ ଙ୍କର ପାଇଁ ବାଟରେ ଭକ୍ତ ଥଣ୍ଡା ପାନୀୟ ଜଳ ସହ ବିସ୍କୁଟ ବଣ୍ଟନ ବ୍ୟବସ୍ଥା କରାଯାଇ ଥିଲା । ଯୁବମାଞ୍ଚ , ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ଓ ବଣିକ ସଂଘର ସମସ୍ତ କର୍ମକର୍ତ୍ତା ମାନେ ଅତି ସୁନ୍ଦର ଓ ଭକ୍ତି ପୂର୍ଣ ଭାବରେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଥିଲେ । ଅୟୋଜକ ମାନଙ୍କ ଦ୍ୱାରା ପାଇକମାଳ ଧର୍ମଶାଳା ଠାରେ ସମସ୍ତଙ୍କ ପାଇଁ ମିଷ୍ଟାନ୍ନ ଓ ପ୍ରସାଦ ର ସୁବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.