ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବଡରାଧାକାନ୍ତ ମଠ ପରିସରରେ ବ୍ରାହ୍ମଣ ସମାଜର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବରିଷ୍ଠ ବ୍ରାହ୍ମଣ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ବ୍ରାହ୍ମଣ ଡ.ଶଙ୍କର ପ୍ରସାଦ ବକ୍ସି , ରାଜେନ୍ଦ୍ର ରଥ , ଅଶ୍ବିନୀ ପାଢୀ , ପଣ୍ଡିତ ଜଗନ୍ନାଥ ରଥଶର୍ମା ଏବଂ ଦୁର୍ଗା ପ୍ରସାଦ ରଥ ପ୍ରମୁଖ ମଞ୍ଚାସୀନ ହୋଇ ମାର୍ଗଦର୍ଶନ କରିଥିଲେ।
ବୈଠକରେ ବ୍ରାହ୍ମଣ ସମାଜର ଉନ୍ନତି ପାଇଁ ବିଭିନ୍ନ ଆଲୋଚନା କରାଯାଇଥିଲା। ଅନେକ ବ୍ରାହ୍ମଣ ଆଲୋଚନାରେ ଅଂଶ ଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ। ସଂଘର ପରବର୍ତ୍ତି ବୈଠକ ଆସନ୍ତା ଏପ୍ରିଲ୍ ୨୩ ତାରିଖ ସକାଳ ୧୦ଟା ସମୟ ଧାର୍ଯ୍ୟ କରାଯାଇଛି।
ବୈଠକରେ ସୀମାଞ୍ଚଳ ତ୍ରିପାଠୀଙ୍କ ସମେତ ଅନ୍ୟ ଯେଉଁମାନେ ନିଜର ମତ ରଖିଥିଲେ ତାହା କେବଳ ବ୍ରାହ୍ମଣମାନଙ୍କ ଏକତା ଏବଂ ସେମାନେ କିଭଳି ନିଜକୁ ନିଜେ ଚିହ୍ନି ପାରିବେ ସେନେଇ ଉପାଦେୟ ମତ ପୋଷଣ କରିଥିଲେ।
ବରିଷ୍ଠ ବ୍ରାହ୍ମଣ ବସନ୍ତ କୁମାର ପଣ୍ଡା ଏବଂ ପ୍ରମୋଦ ଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମରେ ବୈଠକ ସଫଳତାର ସହ ଆୟୋଜନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.