ସୁନ୍ଦରଗଡ଼/ରାଉରକେଲା(ବସନ୍ତ କୁମାର ଜେନା):- ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜଗାଙ୍ଗପୁର ବ୍ଲକ ପରିସରରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜିର ଅନୁଷ୍ଠିତ ଏହି ଜନ ଶୁଣାଣି ରେ ଜିଲ୍ଲାପାଳ ଡ. ପରାଗ ଗଭାଲୀ ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଯୋଗ ଦେଇ ଜନସାଧାରଣ ଙ୍କର ଆପତ୍ତି ଅଭିଯୋଗ ଆଦି ର ଶୁଣାଣି କରିଥିଲେ I ଆଜିର ଏହି ଅଭିଯୋଗ ଶୁଣାଣୀ ରେ ମୋଟ 422 ଟି ଅଭିଯୋଗ ଆସିଥିଲା I
ସେଥି ମଧ୍ୟରୁ 407 ଟି ବ୍ୟକ୍ତିଗତ ସମସ୍ୟା ଜନିତ ଅଭିଯୋଗ ଥିବା ବେଳେ 15 ଟି ଗୋଷ୍ଠୀ ସମସ୍ୟା ରହିଥିଲା I ସେଥି ମଧ୍ୟରୁ 10 ଟି ଅଭିଯୋଗ ର ସମାଧନ କରାଯାଇଥିଲା ଯେଉଁଥିରେ କି 5 ଟି ସି.ଏମ୍. ଆର୍. ଏଫ୍ ସମ୍ପର୍କିତ ରହିଥିଲା ଏବଂ ଗୋଟିଏ ରେଡକ୍ରସ ରୁ ରହିଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରେ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ, ଆବାସ ଯୋଜନା, ନଳକୂପ ଖନନ, ଜମି ଅଧିଗ୍ରହଣ ଆଦି ସଙ୍କ୍ରାନ୍ତୀୟ ରହିଥିଲା I ଏହି ସବୁ ଅଭିଯୋଗ ଗୁଡିକର ଆବଶ୍ୟକୀୟ ତଦନ୍ତ କରାଯାଇ ତୁରନ୍ତ ତ୍ଵରିତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା I
ଏହି ଜନ ଶୁଣାଣି କାର୍ଯ୍ଯକ୍ରମ ରେ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ମନୋଜ ମହାଜନ, ସଦର ଉପ ଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ ମିଶ୍ର, ପି. ଏ. ଆଇ. ଟି. ଡି. ଏ., ସୁନ୍ଦରଗଡ଼ ଶ୍ରୀ ରାମକୃଷ୍ଣ ଗଣ୍ଡ, ରାଜଗାଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାଜଗାଙ୍ଗପୁର ତହସିଲଦାର, ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Next Post