ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୂବନେଶ୍ୱର ୟୁନିଟ୍-୩ ସ୍ଥିତ ସ୍କାଉଟ ଭବନ ଠାରେ ରାଜ୍ୟ ସ୍ତରୀୟ “ରେନ୍ବୋ” ସ୍କାଉଟ କ୍ୟାମ୍ପ ୨୨.୦୩.୨୦୨୩ ଠାରୁ ୨୬.୦୩.୨୦୨୩ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ଉଦଯାପିତ।
ଉକ୍ତ ଶିବିରରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟ , ଡ୍ରାମା , ହସ୍ତ କଳା , କମେଡି , ରାମ୍ପ ଶୋ , ପେପର କ୍ରାପଟ , ବକ୍ତୃତା , ଆଲପନ୍ , ଯୋଗ , ଟେଷ୍ଟ ଅଫ୍ ଓଡିଶା ପ୍ରଭୃତି ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଥିଲା।
ଗଜପତି ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ଅନୁମୋଦନ କ୍ରମେ ଏବଂ ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଗଜପତି ଜିଲ୍ଲାର ତିନି ଗୋଟି ବିଦ୍ୟାଳୟ ମୋହନା ବ୍ଳକର ଶିକୁଳିପଦର ସ୍କୁଲ , ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲ , ଆର ଉଦୟଗିରି ବ୍ଳକର କେ.ଏମ୍ ଭାଲିଆ ସାହି ବିଦ୍ୟାଳୟର ୨୬ ଜଣ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଛନ୍ତି।
କ୍ୟାମ୍ପ ଫାୟାର ଗ୍ରୁପ ଡ୍ୟାନ୍ସରେ ପ୍ରଥମ , ଗ୍ରୁପ ଡ୍ରାମାରେ ତୃତୀୟ , ରାମ୍ପ ଶୋ ରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ , ଆଲପନ୍ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲାର ଗୌରବକୁ ବହୁ ଗୁଣିତ କରାଇଛନ୍ତି।
ଉକ୍ତ କ୍ୟାମ୍ପରେ ଗଜପତି ଜିଲ୍ଲାର କିଶୋର ଚନ୍ଦ୍ର ଦାସ, ମାତଙ୍ଗିନୀ ଗୁରୁ , ପ୍ରହ୍ଲାଦ ଶିଅଳ ,
ନୀଳାଚଳ ନାୟକ ଆଦି ସ୍କାଉଟ ମାଷ୍ଟର ଏବଂ ଗାଇଡ଼ କ୍ୟାପ୍ଟନ ଭାବରେ ସମସ୍ତ ଦାୟିତ୍ୱ ସୁଚାରୁରୂପେ ବହନ କରିଥିଲେ।
କେ.ଏମ୍. ଭାଳିଆ ସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ଦଳବେହେରା ଏହି ସଫଳତା ପାଇଁ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post