ବାସୁଦେବପୁର/ ପ୍ରତାପ ପାଢ଼ୀ: ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ଗ୍ରାମ ପଞ୍ଚାୟତ ରେ ଥିବା ମିନି ଷ୍ଟେଟ ବ୍ୟାଙ୍କର ପରିଚାଳକଙ୍କ ନାମରେ ସ୍ଥାନୀୟ ଗ୍ରହକ ହରିବନ୍ଧୁ ପାଣି ବାସୁଦେବପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ସୂଚନା ଅନୁଯାୟୀ ପରିଚାଳକ ଜଣକ ଜମାକାରୀଙ୍କ ଏଟିଏମ୍ କୁ ଫରଜରି କରି ଲକ୍ଷାଧିକ ଟଙ୍କା ଲୁଟ କରିଥିବାର ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ରକରି ବାସୁଦେବପୁର ପୋଲିସ ତଦନ୍ତ କରିବା ସହିତ ଶାଖା ପରିଚାଳକ ରଞ୍ଜନ କୁମାର ମହାରଣାଙ୍କୁ ଗତ କାଲି ଗିରଫ କରିଥିଲେ। ସୂଚନା ଅନୁଯାୟୀ ଗିରଫ ସମୟରେ ପୋଲିସ ଜବତ କରିଥିଲା ଶତାଧିକ ଏସବିଆଇ ଜମା ଖାତା, ବିଭିନ୍ନ ବ୍ୟକ୍ତିଙ୍କର ୬୦ ଟି ଏସବିଆଇ ଏଟିଏମ୍ କାର୍ଡ, ୨ ଟି ଭିଭୋ ମୋବାଇଲ ଏବଂ ଏକ ମାରୁତି ସୁଜିକ୍ କାର ଯାହାର ପଞ୍ଜିକରଣ ନମ୍ବର OR 02E 8700 । ଆଜି ବାସୁଦେବପୁର ପୋଲିସ ଉକ୍ତ ଅଭିଯୁକ୍ତ କୁ ଧାରା ୪୨୦/୨୯୪/୫୦୬/୩୪ IPC ଅନୁସାରେ ( ଠକାମୀ ରାଶି ୨,୮୫,୦୦୦ ଟଙ୍କା ) କୋର୍ଟ ଚାଲାଣ କରିଛି।
Sign in
Sign in
Recover your password.
A password will be e-mailed to you.