480 ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା, 60 ଟି ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ଙ୍କୁ 50 ହଜାର ଟଙ୍କା ଲେଖାଏଁ ଋଣ ପ୍ରଦାନ କଲେ ବିଧାୟକ ପ୍ରତାପ ଜେନା :

0

 ମାହାଙ୍ଗାରେ 2009 ମସିହାରେ ବିଜୟ ପରେ ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଆଜି ପର୍ଯ୍ୟନ୍ତ 23 ହଜାରରୁ ଊର୍ଧ୍ଵ ବୃଦ୍ଧ, ବୃଦ୍ଧା ମାନେ ଭତ୍ତା ପାଇପାରିଛନ୍ତି l   

(ମାହାଙ୍ଗା – ଦେବେନ୍ଦ୍ର ଷଡ଼ଙ୍ଗୀ)- ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶାସନରେ ନିର୍ବାଚନ ରଣାଙ୍ଗନ ରେ ପାଦ ଥାପି ଦୁଇ ଥର କିଶନନଗର ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ ପରେ ତୃତୀୟଥର ରେ 2009 ମସିହାରେ ମାହାଙ୍ଗା ଅଞ୍ଚଳର ବିକାଶ ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ିଥିଲେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l  ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନ ରେ ବିପୁଳ ସଂଖ୍ୟାରେ ଜନସାଧାରଣ ଙ୍କ ପ୍ରିୟପାତ୍ର ହୋଇ ବିଜୟ ପରେ ବିଜୟ ଟିକା ପିନ୍ଧି ପାରିଛନ୍ତି ବିଧାୟକ ଶ୍ରୀ ଜେନା l ଏପରିକି ବିଧାୟକ ଶ୍ରୀ ଜେନା ଙ୍କ ଉଦ୍ୟମ କ୍ରମେ 2009 ରୁ ଏପର୍ଯ୍ୟନ୍ତ 23 ହଜାରରୁ ଉର୍ଧ୍ଵ ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ର ସୁଯୋଗ ସୃଷ୍ଟି ହୋଇପାରିଛି l ଯାହାପାଇଁ ବିଧାୟକ ଶ୍ରୀ ଜେନା ବିକାଶର ଚିତ୍ରକର ଭାବେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଜନସାଧାରଣ ଙ୍କ ପ୍ରିୟଭାଜନ ହୋଇପାରିଛନ୍ତି l ସେହିପରି ଏକ ବିକାଶମୂଳକ କାର୍ଯ୍ୟକ୍ରମ ମାହାଙ୍ଗା ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟ ରେ ଶନିବାର ଦିନ ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରି ଚାଲିଥିବା ବିଧାୟକ ପ୍ରତାପ ଜେନା ଯୋଗଦାନ କରି 480 ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା, 60 ଟି ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ଙ୍କୁ 50 ହଜାର ଟଙ୍କା ଲେଖାଏଁ ଋଣ ପ୍ରଦାନ କରିଥିଲେ l

ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ଜେନା ଯୋଗଦାନ କରି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ନିର୍ମଳ ଶାସନରେ ନାରୀ ମାନଙ୍କୁ ସ୍ୱାବଲମ୍ବଶୀଳ କରିବା ପାଇଁ ଯୋଜନା ଉପରେ ଯୋଜନା କରିଛନ୍ତି , ଯାହାପାଇଁ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛନ୍ତି, ଏପରିକି ବିନା ସୁଧରେ ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ଋଣ ପ୍ରଦାନ କରାଯାଉଛି ଯାହାଫଳରେ ନାରୀମାନେ ମିଶନ ଶକ୍ତି ମହିଳା ଗୃହରେ ବିଭିନ୍ନ ପ୍ରକାର ବେପାର ବଣିଜ କରି ନିଜ ଗୋଡ଼ରେ ନିଜେ ଛିଡା ହୋଇପାରିଛନ୍ତି ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ବିଡ଼ିଓ ଜ୍ଞାନରଞ୍ଜନ ରାଉତ ଙ୍କ ଅଧକ୍ଷତାରେ ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ସିଡିପିଓ ପ୍ରମୋଦିନୀ ଦାସ, ପ୍ରାକ୍ତନ ବ୍ଲକ ଅଧକ୍ଷ ଶରତ ନାୟକ, ରାଜକିଶୋର ଜେନା, ଜିଲ୍ଲା ପରିଷଦ ଜଗବନ୍ଧୁ ସେଠି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୁସ୍ମିତା ଦାସ, ରିୟାଜୁଲ ହୋଦା ଙ୍କ ସମେତ ବହୁ ସରପଞ୍ଚ, ବ୍ଲକ କର୍ମଚାରୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠି ମହିଳାମାନେ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.