ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଗଜପତି , ସମ୍ମାନୀତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ , ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର , ଡିପିଏମଓ ସୌମ୍ୟା ରାଣୀ ଗୌଡ଼ , ଡାକ୍ତର ଆନନ୍ଦ ସାମନ୍ତରାୟ , ଏଡିପିଏସଓ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ରମେଶ ଚନ୍ଦ୍ର ମିଶ୍ର ଯୋଗଦେଇଥଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ ଯେ କୋଭିଡ୍ ସମୟରେ ଆଶା ମାନଙ୍କ ଅବଦାନ ଅତୁଳନୀୟ। ଘରକୁ ଘର ବୁଲି କୋଭିଡ୍ କେଶ୍ ଚିହ୍ନଟ କରି ସ୍ୱାସ୍ଥ୍ୟ ସେବା ଜନସାଧରଙ୍କୁ ଯୋଗାଇଥିଲେ। ଆଶା ବିନା ଆମ୍ଭେମାନେ କେବେହେଲେ କୋଭିଡ୍ ଉପରେ ବିଜୟ ଲାଭ କରିପାରିନଥାନ୍ତେ। ଏହା କେବଳ ସମ୍ଭବ ହୋଇଛି ଆଶା , ସରପଞ୍ଚ , ପଞ୍ଚାୟତ ସମିତିର ସଭ୍ୟ ସଭ୍ୟା , ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି। ଆଶା କର୍ମୀମାନେ ହି ସ୍ଵାସ୍ଥ୍ୟ ସଚେତନାର ଭାର୍ତ୍ତାବହ ହୋଇଥିବାରୁ ଜିଲ୍ଲାର ସମସ୍ତ ୧୩୫୦ ଜଣ ଆଶା କର୍ମୀ ଓ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ହେବା ସହ ଗଜପତି ଜିଲ୍ଲାରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥି ପ୍ରତି ସଜାଗ ରହିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ପଣ୍ଡା କହିଥିଲେ ଯେ ଗଜପତି ଜିଲ୍ଲାର ସମସ୍ତ ଆଶା , ଅଙ୍ଗୱାଡ଼ି କର୍ମୀ , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ତୃଣମୂଳ ସ୍ତରରୁ ସ୍ବାସ୍ଥ୍ୟ ସେବାରେ ଆଶା କର୍ମଚାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।
ଏହି ଅବସରରେ ଉଲ୍ଲେଖନୀୟ ସଫଳତା ହାସଳ କରିଥିବା ଜିଲ୍ଲାର ୭ ଗୋଟି ବ୍ଲକକୁ ଓ ପାରଳାଖେମୁଣ୍ଡି ପୌରପରିଷଦର ସ୍ବାସ୍ଥ୍ୟ କେନ୍ଦ୍ରକୁ ବେଷ୍ଟ୍ ପୁରସ୍କୃତ କରାଯାଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩ ଜଣ ଆଶାଙ୍କୁ ପୁରସ୍କୃତ କରାଯାଇଥିଲା।
ବେଷ୍ଟ ଗାଁ କଲ୍ୟାଣ ସମିତିର ୭ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବେଷ୍ଟ ମହିଳା ଆରୋଗ୍ୟ ସମିତି ୧୪ ଜଣ କର୍ମକର୍ତ୍ତାଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , କର୍ମକର୍ତ୍ତା , ସ୍ଵାସ୍ଥ୍ୟ କର୍ମୀ , ଆଶା , ଅଙ୍ଗନବାଡି କର୍ମୀ , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତାଙ୍କ ସମେତ ୩୦୦ ରୁ ଉର୍ଦ୍ଧ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ଆଶା ପ୍ରବନ୍ଧକ ନାରାୟଣ ମଲ୍ଲିକ ଓ ଡାକ୍ତର ନେତ୍ରାନନ୍ଦ ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.