ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିର ଡ଼ଃ ମିନତୀ ବେହେରା , ଅଧ୍ୟକ୍ଷା , ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଗଜପତି ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ , ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ , ଡିଏସପି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବୁରୁଡ଼ା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଈ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ଏହି ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣର ସ୍ଥାୟୀ ଲୋକ ଅଦାଲତ କାର୍ଯ୍ୟ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଇଥିଲେ। ଆଇନ୍ ସେବା ପ୍ରାଧିକରଣ ବିଭିନ୍ନ ଯୋଜନା ଯଥା ପୀଡ଼ିତା କ୍ଷତି ପୂରଣ ରାଶି , ମାଗଣା ଆଇନ୍ ସେବା ଲୋକ ଅଦାଲତ ଉପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।
ଓଡିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା କହିଥିଲେ ଯେ ରାଜ୍ୟ ସରକାର ସମାଜରେ ମହିଳା ମାନଙ୍କ ଅଧିକାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ସେମାନଙ୍କୁ ଯଥା ସମ୍ଭବ ସବୁ କାର୍ଯ୍ୟରେ ଯୋଗଦାନ କରିବାର ଅଧିକାର ଦେବା ଆମ ସମାଜର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ସେହିପରି ପାରିବାରିକ ହିଂସା ହେଉ କିମ୍ବା ଯୌତୁକ ନିର୍ଯ୍ୟାତନା ବା ଯୌନ ନିର୍ଯ୍ୟାତନା , କର୍ମ କ୍ଷେତ୍ରରେ ହତାଶ କଥା ହେଉ କିମ୍ବା କନ୍ୟା ଭୃଣ ହତ୍ୟା ହେଉ ବାଲ୍ୟ ବିବାହ , ସାଇବର ଅପରାଧ , ସମ୍ପତ୍ତିଗତ ଅଧିକାର ସର୍ବପରି ନାରୀ ସମ୍ବନ୍ଧୀୟ ଯେତେ ଅଧିକାର ହେଉ ଏସବୁ ଉଲଂଘନ ହେଲେ ସେମାନଙ୍କ ନ୍ୟାୟ ପ୍ରଦାନ ପାଇଁ ଓଡିଶା ରାଜ୍ୟ ମହିଳା ଆୟୋଗ ଗଠନ କରାଯାଇଅଛି। ବିଶେଷକରି ମହିଳାମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବାପାଇଁ ସେମାନଙ୍କ ସାମାଜିକ , ଅର୍ଥନୈତିକ , ଶିକ୍ଷା , ସ୍ୱାସ୍ଥ୍ୟ କିଭଳି ସୁଦୃଢ ରହିବ ସେଥିପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଓଡିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା କହିଥିଲେ।
ଏହି ସଚେତନତା ଶିବିରରେ ଭଲ ପ୍ରଦର୍ଶନ କରିଥିବା ବିଭିନ୍ନ ବିଭାଗର ଦଶ ଜଣ ସଦସ୍ୟଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ଯଥା :- ଅଙ୍ଗୱାଡ଼ି କର୍ମୀ ସୁକନ୍ତଲା ଭୂୟାଁ , ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଜୀ , ଜିଲ୍ଲା ସଂଯୋଜକ ଶିଶୁ ସୁରକ୍ଷା ବିଭାଗର ନାଗେଶ୍ଵର ଚୌଧୁରୀ , ମହିଳା ଓ ଶିଶୁ ବିଭାଗର କେ. ସୁନୀତା , ମିଶନ ଶକ୍ତି ବିଭାଗର ମହାଲକ୍ଷ୍ମୀ ସ୍ଵଂୟ ସହାୟକ ଗୋଷ୍ଠୀର ସୁସୁମା ଗୌଡ଼ , କନଷ୍ଟେବଳ ରୀନା ଦେବୀ , ଷ୍ଟାଫ୍ ନର୍ସ ସନ୍ଧ୍ୟାରାଣୀ ଦେଇ , ଆଶା ବିଜୟଲକ୍ଷ୍ମୀ ଜେନା ଆଡଭୋକେଟ କମଳିନୀ ପଟ୍ଟନାୟକ ଓ ମହିଳା ଓ ଶିଶୁ ସୁରକ୍ଷା ବିଭାଗକୁ ପୁରସ୍କୃତ କରାଯାଇଛି।
ଏହି ଆଇନ୍ ସଚେତନତା ଶିବିରରେ ଜିଲ୍ଲାର ସମସ୍ତ ପଦାଧିକାରୀ ସମେତ ଆଡଭୋକେଟ , ସ୍ୱୟଂ ସହାୟକ ଗୋଷ୍ଠୀ , ଆଶା , ବିଭିନ୍ନ ଗ୍ରାମ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post