ଭୁବନେଶ୍ୱର , ୨୨/ ୦୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଚାଲିଥିବା ୪ ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ମଙ୍ଗଳବାର ଉଦ୍ଯାପିତ ହୋଇଥିବା ବେଳେ କ୍ରିକେଟ ଏବଂ ଟେନିସ୍ରେ ସୋଆ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଛି । ସେହିପରି ଭଲିବଲ୍ ଏବଂ ବାସ୍କେଟବଲ୍ରେ ରନର ଅପ୍ ଟାଇଟଲ୍ ହାସଲ କରିଛି ସୋଆ ।
କ୍ରିକେଟ ଫାଇନାଲ୍ରେ ସୋଆ ସହିତ ସି.ଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଖେଳ ହୋଇଥିବା ବେଳେ ଏହା ଏକ ଉତ୍କଣ୍ଠାମୂଳକ ସ୍ଥିତିରେ ଟାଏ ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରି ସୋଆ ୧୨ ଓଭରରେ ୮ ଟି ୱିକେଟ୍ ହରାଇ ୯୧ ରନ୍ ହାସଲ କରିଥିବା ବେଳେ ସି.ଭି ରମଣ ୫ ୱିକେଟ୍ରେ ୯୧ ରନ୍ ହାସଲ କରିଥିଲା । ତେବେ ଟାଏ ବ୍ରେକର୍ରେ ସୋଆ ବିଜୟୀ ହୋଇଥିଲା ।
ଟେନିସ୍ରେ ସି. ଭି ରମଣକୁ ହରାଇ ସୋଆର ଖେଳାଳୀମାନେ ବିଜୟୀ ହୋଇଥିଲେ । ଅମିତୋଜ ସିଂହ ଏବଂ ଜୟଦୀଶ ଦୁଇଟି ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ମହିଳା ସିଙ୍ଗଲ୍ସରେ ନିଲାଞ୍ଜନା ଶାହା ବିଜୟୀ ହୋଇଥିଲେ । ଅମିତୋଜ ସେଂଚୁରିଆନ୍ ୟୁନିଭର୍ସିଟର ମହମ୍ମଦ ଅସିଫ ରାଜାଙ୍କୁ ୮-୦ରେ ହରାଇଥିବା ବେଳେ ଜୟଦୀଶ ୮-୪ରେ ପ୍ରୀତମଙ୍କୁ ହରାଇଥିଲେ । ସେହିପରି ଶାହା ୮-୧ରେ ସାଲୋନୀ କୁମାରୀଙ୍କୁ ହରାଇଥିବା ବେଳେ ଅମିତୋଜ ଏବଂ ଜୟଦୀଶ ଡବଲ୍ସ ଏନ୍କାଉଂଟରରେ ରାହୁଲ କୁମାର ଓ ଉପୁନିତ ଚୌଧୁରୀଙ୍କୁ ୮-୦ରେ ବିଜୟୀ ହୋଇଥିଲେ ।
ବାସ୍କେଟବଲ୍ ପୁରୁଷ ଫାଇନାଲ୍ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆୟୋଜକ ସୋଆକୁ ୫୪-୪୦ରେ ହରାଇ ବିଜୟୀ ହୋଇଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସୋଆକୁ ୩୧-୨୫ରେ ହରାଇ ମହିଳା ବର୍ଗରେ ବିଜୟୀ ହୋଇଥିଲା ।
ସେହିପରି ଭଲିବଲ୍ ପୁରୁଷ ଫାଇନାଲ୍ରେ ସି.ଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସୋଆକୁ ୨୫-୧୭, ୨୬-୨୪ରେ ହରାଇ ବିଜୟୀ ହୋଇଥିଲା ।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ସିଓଡିଏମ୍ ଏବଂ ଭାଲୋରାଂଟ ଭଳି ଇ-ସ୍ପୋର୍ଟ୍ସ ଖେଳରେ ବିଜୟୀ ହୋଇଛି । ଏସ୍ବିଏମ୍ ବିଶ୍ୱବିଦ୍ୟାଳୟ ସିଓଡିଏମ୍ ଖେଳରେ ରନରଅପ୍ ହୋଇଥିବା ବେଳେ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭାଲୋରାଂଟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ।
ସୋଆ ସମେତ ୧୬ଟି ବିଶ୍ୱବିଦ୍ୟାଳୟ ଏହି ସ୍ପୋର୍ଟ୍ସ ଫେଷ୍ଟରେ ଭାଗ ନେଇଥିଲେ ।
ଫେଷ୍ଟର ଉଦ୍ଯାପନୀ କାର୍ଯ୍ୟକ୍ରମରେ ବିଜେତା ଖେଳାଳୀମାନଙ୍କୁ ପୁରସ୍କାର ରାଶି, ସାର୍ଟିଫିକେଟ ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଏସ୍ପିଏସ୍ ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରପେସର ଜ୍ୟୋତି ରଞ୍ଜନ ଦାସ ଏବଂ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମା, ବିଭିନ୍ନ ଅନୁଷ୍ଠାନର ସ୍ପୋର୍ଟ୍ସ ଇନ୍ଚାର୍ଜ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post