ଓଡ଼ଗାଁ,୨୧।୩(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବାନାଞ୍ଚଳ ରଘୁନାଥ ସମବାୟ ମହାବିଦ୍ୟାଳୟ ପଛପାଖ ଆମ୍ବବଗିଚା ନିକଟରୁ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ ନିର୍ମାଣ ପାଇଁ ୭ଗଣ୍ଡି କାଠ ସଂଗ୍ରହ କରାଯାଇଛି।ବନକର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ରଥକାଠ ଛେଦନ କରାଯାଇଥିଲା। ରଥ ନିମନ୍ତେ ଆବଶ୍ୟକ ମାହଳ ଓ ଶୀମିଳିଗଛ ଚିହ୍ନଟ କରାଯାଇ ସାଢେ଼ ୫ଫୁଟ ଗୋଲେଇ ଓ ୧୬ଫୁଟ ଲମ୍ବରେ କାଠ ଛେଦନ କରାଯାଇଥିଲା। ସୋମବାର ଓଡ଼ଗାଁ ରେଞ୍ଜର ନିଖିଳେଶ ମଲ୍ଲିକ, ବନପାଳ ସନ୍ଧ୍ୟାରାଣୀ ନାୟକ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ସହିତ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ କାଠ ଛେଦନ ସମୟରେ ପରିବେଶ ଆଧ୍ୟାତ୍ମିକ ମୟ ହୋଇଥିଲା।ସମୁଦାୟ ୭ଖଣ୍ଡ କାଠଗଣ୍ଡିକୁ ସ୍ୱତନ୍ତ୍ର ଟ୍ରକଯୋଗେ ସୋମବାର ବିଳମ୍ବିତ ରାତିରେ ଲିଙ୍ଗରାଜ ମହାପ୍ରଭୁଙ୍କ ରଥଖଳାକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.