ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବନ୍ୟାଞ୍ଚଳ କାର୍ଯ୍ୟାଳୟ ଠାରେ ବନ୍ୟାଞ୍ଚଳ ବିଭାଗର ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବ୍ୟନେତ୍ରି କହଁର, ଟିକାବାଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ଦିଲିପ କହଁର, ବନ୍ୟାଞ୍ଚଳ ଅଧିକାରୀ ଶ୍ରୀ ବିନ୍ଦୁ ପ୍ରସାଦ ପ୍ରଧାନ, ବନ୍ୟାଞ୍ଚଳ ଶ୍ରୀ ଶ୍ରୀଧର ସାହୁ, ବନ୍ୟାଳ ଶ୍ରୀ ଅମରେନ୍ଦ୍ର କହଁର, ବନରକ୍ଷୀ ଅରୁଣ କୁମାର ପାତ୍ର, ବନରକ୍ଷୀ ବିକାଶ ବିଷୟି ରୁକ୍ମିଣୀ କହଁର, ବନପାଳ ଶ୍ରୀମତୀ ନମିତା ସାହୁ, ଆମ ଜଙ୍ଗଲ ସଂଯୋଗ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସହ ଏନଜିଓ ସଂସ୍ଥାର କର୍ମକର୍ତ୍ତା ଏବଂ ବିଭିନ୍ନ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ଯୋଗଦାନ ଦେଇଥିଲେ I ଆମ ଅଞ୍ଚଳରେ ନିଆଁ ଲାଗିଲେ କେମିତି ଆମେ ନିଆଁ କୁ ଆୟତ କରିବା ଏବଂ ସଚେତନତା ହେବାବା ସହ ଜଙ୍ଗଲରେ ବିଭିନ୍ନ ପଶୁ ପକ୍ଷୀ ବସବାସ କରୁଥିବାରୁ ନିଆଁ ଲଗାଇ ପୂର୍ବରୁ ପ୍ରଥମେ ଜୀବଜନ୍ତୁ ପ୍ରତି ପରୀକ୍ଷି ଦେଖି ନେବା ଜରୁରୀ ବୋଲି ଏହି କାର୍ଯ୍ୟକ୍ରମରେ ସଚେତନତା କରାଯାଇଥିଲା I ଜଙ୍ଗଲରେ ନିଆଁ ଲାଗିଲେ ଆମେ ସମସ୍ତେ ଜଗି ରଖି ମିଳିମିଶି ନିଆଁ କୁ ଆୟତ କରିବା ଏବଂ ନିଆଁ ଦାଉରୁ କେମିତି ରକ୍ଷା ପାଇବା ଇତ୍ୟାଦି ବିଷୟରେ ସୂଚନା ପ୍ରଦାନ କରିଥିଲେ ଅତିଥି I
Sign in
Sign in
Recover your password.
A password will be e-mailed to you.
Next Post