ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

0 2

ପ୍ରଶିକ୍ଷଣ ନେଲେ ୩୦ ଜିଲ୍ଲାର ୮୦ ଜଣ ବାଳିକା

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକସ୍ତରୀୟ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉତ୍କଳ କରାଟେ ସ୍କୁଲ ପରିସରଠାରେ ଉଦଯାପିତ ହୋଇଯାଇଛିା ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ୮୦ ଜଣ ବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରାଯାଇଥିଲାା ଏହି ଉଦ୍ଯାପନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ପ୍ରଫେସର ଡ. ନିବେଦିତା ଜେନା ପ୍ରମୁଖ ଉଦ୍ବୋଧନ ଦେଇଥିଲେ ଏବଂ ଭବିଷ୍ୟତରେ ଆତ୍ମରକ୍ଷା ସଂପର୍କିତ କୌଶଳକୁ ସମାଜରେ ଉପଯୁକ୍ତ ପ୍ରୟୋଗ କରିବା ନିମନ୍ତେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲୋ ଏହି ଅବସରରେ ଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଥିଲୋ ପ୍ରାରମ୍ଭରେ ଉତ୍କଳ କରାଟେ ସ୍କୁଲର ଅଧ୍ୟକ୍ଷ ଡ. ହରିପ୍ରସାଦ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶେଷରେ ଡ. ଗୌରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲୋ

 

Leave A Reply

Your email address will not be published.