ଦୌଡ଼ିବା ଅଭ୍ୟାସ ବେଳେ ହୃଦଘାତରେ ମୃତ୍ୟୁ

0

ନୟାଗଡ଼,୧୭/୩:ଖଣ୍ଡପଡା ଥାନା ଅନ୍ତର୍ଗତ କିଆଝର ପଞ୍ଚାୟତ ରାକେସିଆ ଗ୍ରାମର ଆନନ୍ଦ ସେଠୀଙ୍କ କନିଷ୍ଠ ପୁତ୍ର ମଣ୍ଟୁ ସେଠୀ ( ୨୨) ଙ୍କର ଅକାଳ ବିୟୋଗ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ମଣ୍ଡୁ ଓଡିଶା ପୁଲିସ ପାଇଁ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଶାରୀରିକ ପରୀକ୍ଷାର ଅଭ୍ୟାସ ପାଇଁ ଆଜି ସକାଳୁ ସାଙ୍ଗମାନଙ୍କ ସହ ଗ୍ରାମ ନିକଟସ୍ଥ ରାସ୍ତାରେ ଦୌଡୁଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ। ଖବର ପାଇ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ମଣ୍ଟୁକୁ ମୃତ ଘୋଷଣା କରିଥିଲେ। ତେବେ ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.