ଭୁବନେଶ୍ୱର: କିଟ୍ ଟିବିଆଇ, ଏକାଡେମୀକ୍ ହେଲ୍ଥ ସାଇନ୍ସ ନେଟୱର୍କ, ହମ୍ବର, ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍ କ୍ଲଷ୍ଟର ଫାଉଣ୍ଡେସନ୍ ମିଳିତ ଆନୁକୂଲ୍ୟରେ ତିନିଦିନିଆ ୟୁକେ-ଇଣ୍ଡିଆ ହେଲ୍ଥଟେକ୍ ବୁଟ୍କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଡିଜିଟାଲ୍ ହେଲ୍ଥକେୟାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୫ଟି ଷ୍ଟାର୍ଟଅପ୍ କମ୍ପାନୀ ଯୋଗ ଦେଇଥିଲେ । ବୁଟ୍କ୍ୟାମ୍ପର ଦ୍ୱିତୀୟ ଦିନରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କୋଭିଡ୍ ପରେ ପ୍ରଯୁକ୍ତି ଭିତ୍ତିକ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ । ସେ ଜିନୋମିକ୍ସ ଓ ବାୟୋଇଞ୍ଜିନିୟରିଂ ଜରିଆରେ ପ୍ରତିଶୋଧକମୂଳକ ହସ୍ତକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ । ଏହା ସହିତ କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିବା ଅବସରରେ କିମ୍ସ-ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଶ୍ରୀ ପଣ୍ଡା କହିଥିଲେ । କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ବ୍ରିଟିଶ ହାଇକମିଶନର ପିଟର୍ କୁକ୍ ବୁଟ୍କ୍ୟାମ୍ପ ପାଇଁ ୧୫୦ରୁ ଊଦ୍ଧ୍ୱର୍ ଆବେଦନ ଆସିଥିବା ଦେଖି ସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଭବିଷ୍ୟତରେ ଇଂଲଣ୍ଡ, ଆମେରିକା, ଲାଟିନ୍ ଅମେରିକା, ଇଉରୋପ ଓ ବିଶ୍ୱର ଅନ୍ୟ ଦେଶରେ ପ୍ରସାର ନେଇ ଆଶା ବ୍ୟକ୍ତ କରିଥିଲେ । ବର୍ତ୍ତମାନ ସୁଦ୍ଧା କିଟ୍ ଟିବିଆଇ ୩୮୦ରୁ ଊଦ୍ଧ୍ୱର୍ ଷ୍ଟାର୍ଟଅପ୍ ଜରିଆରେ ୫ହଜାରରୁ ଊଦ୍ଧ୍ୱର୍ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିସାରିଛି ବୋଲି କିଟ୍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୃତ୍ୟୁଞ୍ଜୟ ସୁଆର କହିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ର ବ୍ୟତୀତ କିଟ୍ ଟିବିଆଇ କୃଷି, ଆଇଟି, ଇଂଜିନିୟରିଂ, ପରିବେଶ, ମଳଜଳ ପରିଚାଳନା ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛି ବୋଲି ସେ ସୂଚନା ଦେଇଥିଲେ । ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ପ୍ରତିଷ୍ଠା କରିବାରେ କିଟ୍ ଟିବିଆଇର ଭୂମିକା ପ୍ରଶଂସନୀୟ ବୋଲି ଟିଆଇଇ ଗ୍ଳୋବାଲ୍ର ଅଧ୍ୟକ୍ଷ ଶଙ୍କର ଏନ୍ ରାମ କହିଥିଲେ ଏବଂ ଏହାର ବିସ୍ତାର ନିମନ୍ତେ ଟିଆଇଇ ଗ୍ଳୋବାଲ୍ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ କହିଥିଲେ । ତିନି ଦିନିଆ ଏହି ବୁଟ୍ କ୍ୟାମ୍ପକୁ ୟର୍କଶିରେ ଏବଂ ହମ୍ବର ଏଏଚଏସ୍ଏନ୍ ଟିମ୍ର ପ୍ରତିନିଧି ଡ.ନେଭେଲି ୟଙ୍ଗ୍, ଟିମ୍ ଇଷ୍ଟ, ଟମ୍ ହଚିନ୍ସନ୍, ଡେସେ ଡିମଜା ଜୋନ୍ସ ଏବଂ ଭାରତରେ ଅବସ୍ଥାପିତ ବ୍ରିଟିଶ ହାଇକମିଶନର ଟିମ୍ର ଲିନା ପଲ୍, ଦୀପ୍ ନାରାୟଣ, ଅଭିଷେକ ଝା ଏବଂ ସନ୍ଦୀପ ଚତୁର୍ବେଦୀ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post