ନୟାଗଡ଼,୧୭/୩: ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ପ୍ରତାରଣା ପ୍ରତିବାଦରେ ଜିଲ୍ଲାରେ କାର୍ଯ୍ୟରତ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାନେ ସରକାରଙ୍କ ଡ୍ରେସକୋଡ଼କୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିଛନ୍ତି। ଗତ ୧୫ ତାରିଖରେ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଭୁବନେଶ୍ୱରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଶିକ୍ଷକ ଆନ୍ଦୋଳନକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରି ନଥିଲେ। ସରକାର ଉଦ୍ଦେଶ୍ୟ ମୂଳକ ଭାବେ ଗଣତାନ୍ତ୍ରିକ ପଦ୍ଧତିରେ ହେବାକୁ ଥିବା ଆନ୍ଦୋଳନକୁ ଭଣ୍ଡୁର କରିଥିଲେ। ସରକାରୀ ପ୍ରତାରଣାର ଶିକାର ହୋଇ ଶିକ୍ଷକମାନେ ସେମାନଙ୍କ ଦାବି ପୂରଣ ହେବା ପର୍ଯ୍ୟନ୍ତ ସରକାରଙ୍କ ଦ୍ଵାରା ପ୍ରଣୀତ ଡ୍ରେସକୋଡ଼କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି । ସରକାର ଡ୍ରେସ କୋଡ଼ ବାବଦକୁ ଶିକ୍ଷକମାନଙ୍କୁ କୌଣସି ଡ୍ରେସ ଭତ୍ତା ଦେଉ ନାହାନ୍ତି। ତେଣୁ ୟୁନିଫର୍ମ ପିନ୍ଧିବାକୁ ସରକାର ଶିକ୍ଷକମାନଙ୍କୁ ବାଧ୍ୟ କରି ପାରିବେ ନାହିଁ। ରାଜ୍ୟସଂଘର ଆହ୍ୱାନକ୍ରମେ ଜିଲ୍ଲାର ୮ଟି ବ୍ଲକରେ କାର୍ଯ୍ୟରତ ଅଢେ଼ଇ ହଜାରରୁ ଉର୍ଦ୍ଧ୍ବ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାନେ ବିନା ୟୁନିଫର୍ମରେ ବିଦ୍ୟାଳୟରେ ଶିକ୍ଷାଦାନ ଏବଂ ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିବା ସହିତ ୩ଦଫା ଦାବି ପୂରଣ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post