ସ୍ମୃତିତୀର୍ଥ ଦ୍ଵାରା ରଂଗ ଫଗୁଣ ଆୟୋଜିତ

0 3

ନୟାଗଡ଼,୯/୩: ପବିତ୍ର ହୋଲି ସନ୍ଧ୍ୟାରେ ନୟାଗଡ଼ ସ୍ମୃତିତୀର୍ଥ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗଳ୍ପ, କବିତା ଏବଂ ସଙ୍ଗୀତର ମିଶ୍ରିତ କାର୍ଯ୍ୟକ୍ରମ ରଂଗ ଫଗୁଣ ନୟାଗଡ଼ ସାଗର ପୁଷ୍କରିଣୀ ତଟଦେଶରେ ଥିବା ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଆଲୋଚକ ଭାବେ ନାଟ୍ୟଭୂଷଣ ଡ଼. ବିଜୟ କୁମାର ଚୌଧୁରୀ, ପ୍ରାଧ୍ୟାପକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ ନାୟକ, ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ ପ୍ରମୁଖ ଯୋଗଦାନ କରି ସାହିତ୍ୟରେ ରଙ୍ଗ ପାର୍ବଣ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଆବାହକ କବି ପ୍ରଭାତ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ଆଭିମୁଖ୍ୟ ରଖିଥିବା ବେଳେ ଅଧ୍ୟାପକ ଗୁଣନିଧି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମକୁ ହରାପ୍ରିୟା ଦ୍ବିବେଦୀ, ସ୍ମିତା ସ୍ବାଇଁ ଏବଂ କ୍ଷଣପ୍ରଭା କର ପ୍ରମୁଖ ସଂଯୋଜନା କରିଥିଲେ । କଣ୍ଠଶିଳ୍ପୀ ବିଜୟାନନ୍ଦ ମହାପାତ୍ର, ଆଶୁତୋଷ ମିଶ୍ର,ନବକିଶୋର ମିଶ୍ର ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ୪ଜଣ ସାରସ୍ୱତ ସାଧକଙ୍କୁ ସ୍ମୃତିତୀର୍ଥ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ କବି ଗୋପୀନାଥ ସେଠୀ ସଂଯୋଜନା କରିଥିଲେ।

Leave A Reply

Your email address will not be published.