ନୟାଗଡ଼,୯/୩(ଲକ୍ଷ୍ମୀଧର ସାହୁ): ଶିକ୍ଷକ ମହାସଂଘର ଡ଼ାକରାରେ ଆନ୍ଦୋଳନରେ ଯୋଗଦେବାକୁ ଭୁବନେଶ୍ୱର ଯାଉଥିବା ତତ୍କାଳୀନ ନୟାଗଡ଼ ସବ-ଡିଭିଜନର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଟିକାତାଳ ଠାରେ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ। ଏଥିରେ ନୟାଗଡ଼ କଲେଜର ତତ୍କାଳୀନ ଅଧ୍ୟାପକ କାହ୍ନୁ ଚରଣ ପଟ୍ଟନାୟକ, ଦଶପଲ୍ଲା ବାଳିକା ହାଇସ୍କୁଲର ବିଳାସିନୀ ପଟ୍ଟନାୟକ, ତରୁଲତା ପଟ୍ଟନାୟକ ଏବଂ ଶାନ୍ତିଲତା ମହାରଣା,ମଣିକାଗୋଡ଼ାର ବ୍ରଜବନ୍ଧୁ ସୁବୁଦ୍ଧି ଏବଂ ଭାପୁର ଅଞ୍ଚଳର ବାନମ୍ବର ସାହୁ ମୋଟ ୬ଜଣ ସେହି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ। ଶିକ୍ଷକ ସମାଜ ପାଇଁ ସେମାନଙ୍କ ବଳିଦାନକୁ ପ୍ରତିବର୍ଷ ଶିକ୍ଷକ ବଳିଦାନ ଦିବସ ରୂପେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତିସ୍ତମ୍ଭ ନିକଟରେ ଏକ ଶ୍ରଦ୍ଧାଞ୍ଜଳି ଏବଂ ସ୍ମୃତିସଭା ଆବାହକ ତଥା ସମାଜସେବୀ କମ୍ରେଡ଼ ବିଶ୍ୱନାଥ ମହାପାତ୍ରଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ,କମ୍ରେଡ଼ ଶେଖ ଅବଦୁଲ କରିମ, ତତ୍କାଳୀନ ଶିକ୍ଷକ ମହାସଂଘର ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ଏମ. ଆଉରେଙ୍ଗଜେବ,ନିରଞ୍ଜନ ମିଶ୍ର,ଅନାଦି ଚରଣ ମହାନ୍ତି, ସୁଦର୍ଶନ ସାହୁଙ୍କ ସମେତ ପ୍ରାଧ୍ୟାପକ ଡ଼ ବିଜୟ ରଥ, ଡ଼. ଆଶୁତୋଷ ମିଶ୍ର,ଶିକ୍ଷକ ନେତା ମାଣିକେଶ୍ୱର ସ୍ବାଇଁ, ଅଭିମନ୍ୟୁ ମହାନ୍ତି, ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ଅଶୋକ ମଲ୍ଲ, ପ୍ରଦୀପ ସାହୁ, ନିରାକାର ସ୍ୱାଇଁ ପ୍ରମୁଖ ସ୍ମୃତିଚାରଣ କରିଥିବା ବେଳେ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post