,୧୩କୋଟି ଟଙ୍କାର ଧଳାଜହର ଜବତ,ଦୁଇ ଜଣ ଗିରଫ, ଲକ୍ଷାଧିକ ଟଙ୍କା ସହିତ ମୋବାଇଲ ବାଇକ, ବିଭିନ୍ନ କାର୍ଡ ଜବତ
ବାଲେଶ୍ଵର: ୫କୋଟି ଟଙ୍କା ଡିଲ ପୂର୍ବରୁ ମାଡି ବସିଲା ପୋଲିସ ର ସ୍ପେଶାଲ ଟିମ, ଟାଉନ ଥାନା ଅନ୍ତର୍ଗତ ଗୋପାଳ ଗାଁ ସାବିତ୍ରୀ ସ୍କୁଲ ନିକଟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲେଶ୍ଵର ପୋଲିସ ସ୍ପେଶାଲ ଟିମ ଚଢ଼ାଉ କରି ୧୦କେଜି ୨୩୩ଗ୍ରାମର ବ୍ରାଉନସୁଗାର ଜବତ ସ୍ୱାମୀ ସ୍ତ୍ରୀ ଗିରଫ,ଏଥି ସହିତ ୧୧ଟି ବିଭିନ୍ନ କାର୍ଡ,୬ଟି ମୋବାଇଲ ଫୋନ, ଦୁଇଟି ବାଇକ, ଦୁଇଟି ଓଜନ ମେସିନ ସହିତ ନିଶା ବୃଦ୍ଧି କରୁଥିବା କେମିକାଲ, ଭ୍ରୁସେନ ହାଇଡ୍ରଜେନ ମଧ୍ୟ ଜବତ କରାଯାଇଛି,ପଶ୍ଚିମବଙ୍ଗ ରୁ ଧଳାଜହର ଆସି ସାରା ଓଡିଶା ର ବିଭିନ୍ନ ସ୍ଥାନକୁ ବ୍ୟବସାୟ ପାଇଁ ଯାଇଥାନ୍ତା,ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏସ କେ ଅଜଗର ତାଙ୍କ ସ୍ତ୍ରୀ ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି