ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ: ଉନ୍ନୟନମୂଳକ କାର୍ଯ୍ୟ, ଜଳ ଓ ପରିମଳ ମିଶନ ଏବଂ ଗ୍ରାମୋଦୟ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ

11

ନବରଙ୍ଗପୁର, ୧୭ ନଭେମ୍ବର ୨୦୨୬: ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦର ଉନ୍ନୟନମୂଳକ କାର୍ଯ୍ୟ, ଜିଲ୍ଲା ଜଳ ଓ ପରିମଳ ମିଶନ ଏବଂ ଗ୍ରାମୋଦୟ କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ, ହାସଲ ହୋଇଥିବା ସଫଳତା ଏବଂ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ବିଶେଷକରି ଗ୍ରାମୀଣ ଆବାସ, ପରିମଳ, ଜୀବିକା ନିର୍ବାହ, ଗ୍ରାମୀଣ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନାଗୁଡ଼ିକର ଅଗ୍ରଗତି ଉପରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ବିକଶିତ ଗାଁ, ବିକଶିତ ଓଡ଼ିଶା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ଭିବି-ଜି ରାମ ଜୀ, ସ୍ୱଚ୍ଛ ଭାରତ ମିଶନ, କେନ୍ଦ୍ରୀୟ ଅର୍ଥ ଆୟୋଗ ଓ ରାଜ୍ୟ ଅର୍ଥ ଆୟୋଗ ଅନୁଦାନ, ବିଧାୟକ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା, ଅଙ୍ଗନବାଡ଼ି କେନ୍ଦ୍ର, ଲକ୍ଷପତି ଦିଦି, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ବନ ସୁରକ୍ଷା ସମିତି ଏବଂ ସିଏସପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍ ଆଦି ଯୋଜନାର ଲକ୍ଷ୍ୟ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ଜିଲ୍ଲାପାଳ ସମ୍ପୃକ୍ତ ଯୋଜନାଗୁଡ଼ିକର ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ହାସଲ ହୋଇଥିବା ସଫଳତା ଓ କାର୍ଯ୍ୟାନ୍ୱୟନର ସ୍ଥିତି ସମୀକ୍ଷା କରିଥିଲେ। ବିଭିନ୍ନ ଯୋଜନାର ସଫଳ ରୂପାୟନ, ହିତାଧିକାରୀଙ୍କୁ ଯୋଜନାର ସୁଫଳ ପହଞ୍ଚାଇବା, ବିଭାଗୀୟ ସମନ୍ୱୟ ଏବଂ ନିୟମିତ ତଦାରଖ ଉପରେ ଗୁରୁତ୍ୱାରୋପ କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.