ନୟାଗଡ଼,୯/୩:ରୋଟାରୀ କ୍ଳବ୍ ନୟାଗଡ଼ ଏବଂ ଇନର ହୁଇଲ କ୍ଲବ ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ କ୍ଲବ ପରିସର ରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ଇନର ହୁଇଲ କ୍ଲବର ସଭାପତି ଜ୍ୟୋତ୍ସ୍ନମୟୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଭାପତି ପ୍ରବୀର କୁମାର ପୃଷ୍ଟି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଭ୍ୟା ମଧୁସ୍ମିତା ମହାପାତ୍ର ଯୋଗଦେଇ ଲିଙ୍ଗଗତ ବିଭେଦ ଦୂରୀକରଣ, ସମାଜ ଏବଂ ପରିବାର ରେ ମହିଳା ମାନଙ୍କ ବଳିଷ୍ଠ ଭୁମିକା ଏବଂ ବାଲ୍ୟ ବିବାହ ଏବଂ ତା’ର ଖରାପ ପ୍ରଭାବ ଉପରେ ଆଲୋଚନା କରିଥିବା ବେଳେ ଇନର ହୁଇଲ କ୍ଲବର ସଂପାଦିକା ନମିତା ନନ୍ଦ ଏବଂ ବରିଷ୍ଠ ସଦସ୍ୟା ସୁକାନ୍ତି ମହାନ୍ତି ମହିଳା ସଶକ୍ତିକରଣ ଉପରେ ନିଜର ଅଭିଭାଷଣ ରଖିଥିଲେ । ଏହି ସଭାରେ ରୋଟାରୀ କ୍ଲବ ଏବଂ ଇନର ହୁଇଲ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉପରୋକ୍ତ ଆଲୋଚନା ରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ପରିଶେଷରେ ଇନର ହୁଇଲ କ୍ଲବର ସଭ୍ୟା ରୋଜାଲିନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ
Sign in
Sign in
Recover your password.
A password will be e-mailed to you.
Prev Post