ଦିବାରାତ୍ର ଭଳିବଲ ଟୁର୍ଣ୍ଣାମେଣ୍ଟରେ କେସି କ୍ଲବ ବିଜୟୀ

0 3

ନୟାଗଡ଼,୮/୩:ନୟାଗଡ଼ର ସର୍ବ ପୁରାତନ କେ.ସି. କ୍ଲବ ଆନୁକୁଲ୍ୟରେ ଦୁଇ ଦିନିଆ ୭ମ ତମ ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଟୁର୍ଣ୍ଣାମେଣ୍ଟରେ କେ.ସି.କ୍ଲବ ବିଜୟ ଲାଭ କରି ୫ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଛି।ସୁଚନାନୁସାରେ ନୟାଗଡ଼ କେ.ସି.କ୍ଲବ ପରିସରରେ ବିଗତ ଦୁଇ ଦିନ ଧରି ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଏଥିରେ ଖଣ୍ଡପଡ଼ା, ଭାପୁର, ବାଇଗୁଣିଆ, ଗଡ଼ବାଣିକିଲୋ, ମାଣିକାଗୋଡ଼ା, ବେଗୁନିଆ ଓ କେ.ସି.କ୍ଲବ ସମେତ ୭ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଦଘାଟନୀ ଉତ୍ସବରେ କ୍ଲବର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ମିଶ୍ର, ରମାକାନ୍ତ ମିଶ୍ର ଓ ଅଧ୍ୟାପକ ଏସ.କେ.ଇସୁବ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗତ କାଲି ବିଳମ୍ବିତ ରାତ୍ରିରେ କେ.ସି.କ୍ଲବ ବନାମ
ଗଡ଼ବାଣିକିଲୋ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ନୟାଗଡ଼ କେ.ସି.କ୍ଲବ ବିଜୟ ଲାଭ କରି ୫ ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଥିଲେ । ସେହିପରି ଭାବେ ରନର୍ସଅପ ଭାବେ ଗଡ଼ବାଣିକିଲୋ ୩ ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ନୟାଗଡ଼ ଟାଉନ ଥାନା ସବ ଇନିସପେକ୍ଟର ଧର୍ମେନ୍ଦ୍ର ଶିଆଳ ଯୋଗ ଦେଇ ଉଭୟ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ଦୁଇଦିନିଆ ଟୁର୍ଣ୍ଣାମେଣ୍ଟରେ ରେଫରି ଭାବେ ଉମାକାନ୍ତ ମିଶ୍ର,ବିରଞ୍ଚିନାରାୟଣ ବେହେରା, ପ୍ରମୋଦ ବାରିକ, ସନ୍ୟାସୀ ପ୍ରଧାନ ଓ ରାଜୀବ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ସୌମ୍ୟରଞ୍ଜନ ସ୍ଵାଇଁଙ୍କୁ ମନୋନୀତ କରାଯାଇଥିଲା । ମୁଖ୍ୟ ଅତିଥି ସୌମ୍ୟରଞ୍ଜନଙ୍କୁ ୫୦୦ ଟଙ୍କା ପ୍ରଦାନ କରିଥିଲେ । ମହେନ୍ଦ୍ର ବାରିକ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଭାଗିରଥ୍ ଦାସ, ସଂପାଦକ ସଂଗ୍ରାମ ଗୁମାନସିଂଙ୍କ ସମେତ କ୍ଳବର ବହୁ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.