ନୟାଗଡ଼,୫/୩(ଲକ୍ଷ୍ମୀଧର ସାହୁ): ରାଜନୀତି ଦ୍ଵାରା ସମାଜ, ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରେ। ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ରାସ୍ତାଘାଟ,କଳ କରଖାନା,ବାସଗୃହ ଆଦିର ବିକାଶ ଘଟିପାରେ। ଅନ୍ୟପକ୍ଷରେ ବ୍ୟକ୍ତିଗତ ସମସ୍ୟା, ମାନସିକ ଅଶାନ୍ତି,ବିଶୃଙ୍ଖଳା ତଥା ଅନାବଶ୍ୟକ ପ୍ରତିଯୋଗିତା ଇତ୍ୟାଦି ସମୟ ସହିତ ତାଳ ଦେଇ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ସମସ୍ୟାର ସମାଧାନ ପାଇଁ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ବ୍ୟକ୍ତିଗତ ଭାବେ କାଉନସେଲିଂ କ୍ଲାସ ଆରମ୍ଭ କରିବାକୁ ମନସ୍ଥ କରିଛନ୍ତି । ନୟାଗଡ଼ସ୍ଥିତ ବଚପନ ପ୍ଲେ ଏବଂ ଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଡ଼ ସାହୁ କହିଲେ ଯେ ବର୍ତ୍ତମାନ ଅଭିଭାବକ ମାନେ ପିଲାମାନଙ୍କୁ ସ୍ୱାଧୀନ ଭାବେ କୌଣସି କାମ କରିବାକୁ ଦେଉ ନାହାନ୍ତି। ସେମାନଙ୍କୁ ଆକଟ କରିବା ବାହାନାରେ କେବଳ ପାଠ ପଢାରେ ଧ୍ୟାନ ଦେବାକୁ ତାଗିଦ କରୁଛନ୍ତି। ପିଲାମାନେ ମନଖୁସିରେ ଖେଳିବାକୁ ସୁଯୋଗ ପାଉ ନାହାଁନ୍ତି। ଅଧିକ ନମ୍ବର ରଖିବା ଚକ୍କରରେ ପିଲାମାନଙ୍କୁ ଅଧିକ ଚାପଗ୍ରସ୍ତ କରାଯାଉଛି। ଫଳରେ ପିଲାମାନେ ପ୍ରାଥମିକ କିମ୍ବା ମାଧ୍ୟମିକ ସ୍ତରରେ ସଫଳ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଚାପଗ୍ରସ୍ତ ହୋଇ ବିଫଳତା ଆଡ଼କୁ ଗତି କରୁଛନ୍ତି । ବିଫଳତା ଦ୍ଵାରା ମାନସିକ ଅଶାନ୍ତି ଏପରିକି ସାମାଜିକ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହେଉଛି। ଏସବୁର ନିରାକରଣ ପାଇଁ ବ୍ୟକ୍ତିଗତ କାଉନସେଲିଂର ଆବଶ୍ୟକତା ରହିଛି। ଖୁବ ଶୀଘ୍ର ସେ ନିଜ ପ୍ରଚେଷ୍ଟାରେ ପ୍ରତ୍ୟହ କାଉନସେଲିଂ କ୍ଲାସ ଆରମ୍ଭ କରିବେ ବୋଲି ବିଧାୟକ ଡ଼ ସାହୁ ପ୍ରକାଶ କରିଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସେମାନଙ୍କୁ ବ୍ୟକ୍ତିଗତ କିମ୍ବା ପାରିବାରିକ ଭାବେ କାଉନସେଲିଂ କରାଯିବ। ବିଧାୟକଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହିତ ଭୁୟସୀ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.