ବାସୁଦେବପୁର – ବାସୁଦେବପୁର ରେ ଓଡ଼ିଶାର ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଦିନ ରେ ବାସୁଦେବପୁର ବିଜେଡ଼ି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ନେତୃତ୍ବରେ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ବ୍ଲକ୍ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ, ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ଉପସ୍ଥିତ ରହି ସାଇକେଲ ଶୋଭାଯାତ୍ରା କରିବା ସହବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଫଳ ବଣ୍ଟନ କରିଥିଲେ। ଏହି ଅବସର ରେ ଆୟୋଜିତ ଏକ ସଭା କାର୍ଯ୍ୟ କର୍ମ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ କର୍ମ ମୟ ଜୀବନ ଉପରେ ବିଧାୟକ ଙ୍କ ସହ ଅନ୍ୟ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ବ୍ଲକ୍ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ ଙ୍କ ସହ ନଗର ସଭାପତି ଶ୍ୟାମ ସୁନ୍ଦର ମହାନ୍ତି, ନଗର ଯୁବ ସଭାପତି ମାନସ ରଞ୍ଜନ ସାହୁ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଦେବ ଦର୍ଶନ ଦାସ, ଛାତ୍ର ସଭାପତି କାଳନ୍ଦୀ ସାହୁ ଜଗବନ୍ଧୁ ଖିଲାର, ଚିନ୍ମୟ ବାରିକ୍ ଙ୍କ ସହ ଅନେକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସଫଳ କରାଇ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post