ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ବିଶ୍ଵ ମାତୃଭାଷା ଦିବସ” ପାଳିତ ହୋଇଯାଇଛି।
ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଷମା ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାତୃଭାଷା ଗୁରୁତ୍ବ ତଥା ମାତୃଭାଷାକୁ ଦୈନନ୍ଦିନ ଜୀବନରେ ବହୁଳ ମାତ୍ରାରେ ପ୍ରୟୋଗ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସେ ପ୍ରେରଣା ଦେଇଥିଲେ।
କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ମାତୃଭାଷା ଆଧାରିତ ପ୍ରତିଯୋଗିତାରେ ( କବିତା ପଠନ , ବକୃତା , ପ୍ରବନ୍ଧ ଲିଖନ , ଓଡ଼ିଆ ଶଦ୍ଦ ଖେଳ , କବିଙ୍କ ଜୀବନୀ କଥନ) କୃତି ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବା ସହ ବିଦ୍ୟାଳୟର ମାତୃଭାଷାର ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ବରିଷ୍ଠ ମାତୃଭାଷା ଆଚାର୍ଯ୍ୟା ଶ୍ରୀମତୀ ଶୈଳେଷ୍ଠା ଖଡ୍ଗରାୟଙ୍କ ଏବଂ ଶ୍ରୀ ଗୋପାଳକୃଷ୍ଣ ପଣ୍ଡିତଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଆ ଅଭିଧାନ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପୂଜନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.