ପାରଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ଆକାଂକ୍ଷା” ମହିଳା ଅନୁଷ୍ଠାନ ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ “ଅନ୍ତର୍ଜାତୀୟ ମାତୃଭାଷା ଦିବସ ” ପାଳିତ ହୋଇଯାଇଛି।
“ଆକାଂକ୍ଷା”ର ଉପଦେଷ୍ଟା ତଥା ଆଜିର ସଭାପତି ଆଶାଲତା ପାଣିଗ୍ରାହୀଙ୍କ ଦ୍ଵାରା ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡିର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା , ସମ୍ମାନିତ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ର ପ୍ରମୁଖ ଯୋଗ ଦାନ କରି ଆମ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ୨୦୧୪ ରୁ ମିଳିଥିଲେ ସୁଦ୍ଧା ଆଖିଦୃଶିଆ ପଦକ୍ଷେପ ଆଜି ଯାଏଁ କରାଯାଇ ପାରି ନାହିଁ। ଅନ୍ୟାନ ବକ୍ତା ଭାବେ ଡ. ବିଦ୍ୟୁତ୍ ମିଶ୍ର , ଡ.ଚନ୍ଦ୍ର ଶେଖର ଦାସ , ସଚିଦାନନ୍ଦ ସାମଲ ନିଜ ନିଜ ର ବକ୍ତବ୍ୟ ରଖିଥିଲେ।
ମୀନାକୁମାରୀ ଟହଲ ପରିଚୟ ପ୍ରଦାନ କରିଥିବା ବେଳେ ତ୍ରିପତି ପ୍ରସାଦ ପଣ୍ଡା ସ୍ଵାଗତ ସମ୍ଭାଷଣ ଦେଇଥିଲେ। ଶେଷରେ ମମତା ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post