ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବିଶ୍ୱ ମାତୃଭାଷା ଦିବସ ପାଳିତ

0 2

• ବ୍ରହ୍ମପୁର ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟପାଠଚକ୍ର ଅନୁଷ୍ଠିତ ।
• ଓଡିଆ ଭାଷାର ମହତ୍ୱ ସମ୍ପର୍କରେ ବକ୍ତାମାନଙ୍କ ଗୁରୁତ୍ୱ

ବ୍ରହ୍ମପୁର/ଭୁବନେଶ୍ୱର :ବିଶ୍ୱ ମାତୃଭାଷା  ଦିବସ ପାଳନ ଅବସରରେ ଆଜି  ଓଡ଼ିଆ  ଭାଷା, ପ୍ରତିଷ୍ଠାନ, ଭୁବନେଶ୍ଵରଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟର ମିଳିତ ଆନୂକୂଲ୍ୟରେ ରାଜ୍ୟସ୍ତରୀୟ ସମ୍ପାନ(ପାଠଚକ୍ର) ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ କାହ୍ନୁଚରଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଲିକୋଟ ଏକକ  ବିଶ୍ୱବିଦ୍ୟାଳୟର କୁଳପତି ଡଃ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଛାତ୍ରୀମାନେ ଓଡ଼ିଆ  ଭାଷାର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ମାତୃଭାଷାର ମହତ୍ତ୍ଵ ସମ୍ପର୍କରେ ବୁଝାଇଥିଲେ ।

ଓଡ଼ିଆ  ଭାଷା, ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏବଂ ଡଃ ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କ ସମେତ ଡଃ ଦେବାଶିଷ ମହାପାତ୍ର, ଡଃ ବନମାଳୀ ପାଣିଗ୍ରାହୀ ପ୍ରମୁଖ ଆଲୋଚକ ରୂପେ  ଯୋଗଦେଇ ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଆ  ଭାଷାର ମହତ୍ଵ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଅଧ୍ୟାପକ ଦେବାଶିଷ ମହାପାତ୍ର ପୁରସ୍କାର ଓ ସମ୍ବର୍ଦ୍ଧନା  କାର୍ଯ୍ୟକ୍ରମ  ପରିଚାଳନା କରିଥିବା ବେଳେ ଡଃ କୈଳାଶ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ନାତକୋତ୍ତର  ଓଡ଼ିଆ ବିଭାଗର ଛାତ୍ରୀମାନଙ୍କ ସମେତ ଅଧ୍ୟାପକ ଡଃ ରବୀନ୍ଦ୍ର କୁମାର ପ୍ରଧାନ ,ଅଧ୍ୟାପିକା  ନୀତା ଦୁବେ ଏବଂଅଧ୍ୟାପକ ଗୁପ୍ତସାଗର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.