ବିଭିନ୍ନ ଦାବି ନେଇ ଜିଲ୍ଲା ଅମଲା ସଂଘର ବୈଠକ

0 2

ନୟାଗଡ଼,୨୧/୨: ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଜିଲ୍ଲା ଅମଲା ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲା କୃଷି ଭବନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅମଲା ସଂଘ ସଭାପତି ବାଳକୃଷ୍ଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅମଲା ମାନଙ୍କ ବିଭିନ୍ନ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସଂଘ ପକ୍ଷରୁ ଏହାକୁ ନେଇ ଘୋର ଉଦବେଗ ପ୍ରକାଶ ପାଇଥିଲା । ରାଜ୍ୟ ସରକାର ଅମଲା ମାନଙ୍କର ସର୍ବନିମ୍ନ ଯୋଗ୍ୟତା ସ୍ନାତକ ଏବଂ କମ୍ପ୍ୟୁଟର ଡିପ୍ଲୋମା ଧାର୍ଯ୍ୟ କରିଥିବା ବେଳେ ସେହି ଅନୁଯାୟୀ ସେମାନଙ୍କୁ ୪୨୦୦ ଗ୍ରେଡ ପେ’ରେ ଦରମା ଦେବାପାଇଁ ସଂଘ ଦୀର୍ଘ ଦିନଧରି ଦାବି କରି ଆସୁଅଛି । ମାତ୍ର ସରକାର ବିଗତ ଦିନରେ ରାଜ୍ୟ ଅମଲା ସଂଘ ସହିତ ଆଲୋଚନା କରି ଦାବି ପୂରଣ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିବା ବେଳେ ଏବେ ସମୟ ଗଡ଼ାଇ ଚାଲିଛନ୍ତି । ତେଣୁ ଆଗାମୀ ଦିନରେ ଏକ ଜୋରଦାର ଆନ୍ଦୋଳନ ପାଇଁ ରାଜ୍ୟସଂଘ ପ୍ରସ୍ତୁତ ହେଉଥିବା ବେଳେ ଜିଲ୍ଲା ସଂଘ ପକ୍ଷରୁ ଆନ୍ଦୋଳନକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରାଯାଇଛି । ଏହି ବୈଠକରେ ଜିଲ୍ଲାରେ ଆଠଟି ବ୍ଲକର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲାମାନେ ଯୋଗଦାନ କରିଥିବା ବେଳେ ସଂଘ ପକ୍ଷରୁ ଉପସଭାପତି କୈଳାଶ ଚନ୍ଦ୍ର ଓଝା,ରଶ୍ମିରଂଜନ ଦାଶ,ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ନନ୍ଦଙ୍କ ସମେତ ସମସ୍ତ ବ୍ଲକସ୍ତରୀୟ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.