କଂଗ୍ରେସ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାରେ ଜୀବନ  ଯାତ୍ରା  ବ୍ୟାହତ / ପଦ୍ମପୁର ଉପଖଣ୍ଡ ଠପ

0 1

 

ବରଗଡ/ପଦ୍ମପୁର/ପାଇକମାଳ (ଗୌରାଙ୍ଗ ଚରଣ ଦାଶ/ନୀଳ ଦୀପ):-  ଭାରତ ବନ୍ଦ । ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ପୁର୍ଣ ମାତ୍ରାରେ ଜିଲ୍ଲାର ସବୁ ଅଂଚଳରେ ଦେଖିବାକୁ ମିଳୁଛି । ବନ୍ଦ କୁ ସଫଳ କରିବା ନିମନ୍ତେ ଗତ କିଛିଦିନ ହେଲା କଂଗ୍ରେସ ନେତା ମାନଙ୍କର ଦ୍ୱାରା ସଭାସମିତି ,ରେଲି ,ଶୋଭାଯାତ୍ରା ଇତ୍ୟାଦି କରି ଲୋକମାନଙ୍କୁ ନିବେଦନ କରାଯାଉଥିଲା। 

        ତୈଳଦର ବୃଦ୍ଧି , LPG ର ଦର ବୃଦ୍ଧି ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନରେ ଅବହେଳା ଇତ୍ୟାଦି ବିଷୟ କୁ ନେଇ ଆଜି କଂଗ୍ରେସ ଦଳ ବନ୍ଦ ର ଡାକରା ଦେଇଛି । ଏହି ବନ୍ଦ ଡାକରା କୁ ଅଞ୍ଚଳର ଜନସାଧାରଣ ତଥା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପୂର୍ଣ୍ଣ ମାତ୍ରାରେ ସମର୍ଥନ ଜଣାଇ ବିଭିନ୍ନ ସରକାରୀ ଅଫିସ, ବ୍ୟବସାୟ ପ୍ରତିଷ୍ଠାନ,ବ୍ୟାଙ୍କ ,ଯାନବାହନ ଚଳାଚଳ ଆଦି ବନ୍ଦ ଥିଲା । ପୂର୍ବରୁ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

       ଏହି କ୍ରମରେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ବ୍ଳକରେ ବନ୍ଦର ପ୍ରଭାବ ଦେଖିବାକୁ ମିଲିଛି । ଉପଖଣ୍ଡ ସଦରମହକୁମା ର ପଦ୍ମପୁର ନଗର କଂଗ୍ରେସ କମିଟିର ସଭାପତି  ସନ୍ତୋଷ ଶତପଥିଙ୍କ ନେତୄତ୍ବରେ ପଦ୍ମପୁର ର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ  ଗୋନ୍ତିଆ ସାହୁ , ସୁନୀଲ ଅଗ୍ରୱ।ଲ ,ଅକ୍ଷୟ କୁମାର  ସାହୁ,ଗଜାନନ ଶର୍ମା  ଏବଂ ଶତାଧିକ କର୍ମୀ ଏହି ବନ୍ଦ ପାଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

     ସେହିପରି ପାଇକମାଲରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ସ୍ବାଇଁ ଙ୍କ ନେତୄତ୍ବରେ ଭଗବାନ ସାହୁ, ଉପେନ୍ଦ୍ର ପ୍ରଧାନ, ଗୋକୁଳ ପ୍ରଧାନ, ମନୋଜ କୁମାର ପ୍ରଧାନ,ବିନୋଦ କାଲିଆ,ବିନିତ କାଲିଆ,ଶାହାରୁଖ ଖାନ,ବିଜୁ ସେଠ,ବସନ୍ତ ନାଗ,ପ୍ରଶାନ୍ତ ଭୋଇ,ଆଶିଷ ଦାଶ,ରାଜେଶ ସା ଏବଂ ଶତାଧିକ କର୍ମୀ ଏହି ବନ୍ଦ ପାଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

    ଝାରବନ୍ଧ ବ୍ଲକ କଂଗ୍ରେସ ପକ୍ଷରୁ ଉଦ୍ଧବ  ପ୍ରଧାନଙ୍କ ନେତୄତ୍ବରେ ବରିଷ୍ଠ କର୍ମୀ ବିରଦତ୍ତ୍ୟ ସାହୁ, ବିଜଲ ହାତୀ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ହାରାଧନ ସାହୁ, ନବୀନ ପ୍ରଧାନ, ଘନଶ୍ୟାମ ବନଛୋର,ଅଜିତ ପୋଢ଼,ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ସାହୁ, ଦୁଃଖିଶ୍ୟାମ ପଟେଲ, ଅନିଲ କୁମ୍ଭାର,ମଣ୍ଟୁ ବେହେରା,ମହେଶ ବାଗ,ଅଶୋକ ପ୍ରଧାନ, ସୁରେଶ ବାରିକ, ଦିଲ୍ଲୀପ ସାହୁ, ମୀନ ବାଗ,ପ୍ରମୋଦ ରାୟ,ସରଜୁ ସାହୁ ,ମହାଦେବ ବରିହା,ଅନିଲ ସାହୁ, ଜୋନ ସଭାପତି ମୁଜାଫର ହୁସେନ ଓ ନରେନ୍ଦ୍ର ପ୍ରଧାନ, ବଣିକ ସଙ୍ଘର ସଭାପତି କୁମାର ଗୌରବ ଓ ସମ୍ପାଦକ ଅଜିତ ସାହୁ ଏବଂ ଶତାଧିକ କର୍ମୀ ଏହି ବନ୍ଦ ପାଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.