ଜି ଉଦୟଗିରିରେ ଜୀବନଯାତ୍ରା ବ୍ୟାହତ : କଂଗ୍ରେସ ଡ଼ାକରାରେ ସବୁ କିଛି ଜାମ

0 1

ଜି ଉଦୟଗିରି (ଶାସକ ପ୍ରଶାସକ)  :  କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଅହେତୁକ ଭାବରେ ବଢି ଚାଲିଥିବା ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ ଜି ଉଦୟଗିରିରେ ଦେଖିବାକୁ ମିଳିଛି |  ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଶତାଧିକ କଂଗ୍ରେସ  କର୍ମୀ ସକାଳ ୬ଘଂଟାରୁ ବନ୍ଦ ପାଳନ କରିଛନ୍ତି ।   ପୋଷ୍ଟ -ଅଫିସ ଛକରୁ ଶ୍ରୀରାମ ପଦା , କଳିଂଗିଆରୁ  କନବା  ବାଇକ ରାଲି ବାହାରି ସହର ସାରା ବୁଲିଥିଲା | .ଜି .ଉଦୟଗିରି  ବ୍ଲକ  ସଭାପତି  ଟାର୍ଜନ  ସାହୁ ,ଆସେମ୍ବ୍ଲି ଯୁବ କଂଗ୍ରେସ  ସଭାପତି  ଗଗନ  କୁମାର  ପ୍ରଧାନ , ଏମଏଲଏଙ୍କ ପ୍ରତିନିଧି ଏନ .ରାଜା  ରାଓ ,ଯାକେଶ  ପ୍ରଧାନ,  ଥୋମାସ  ପ୍ରଧାନ, ଦିଲୀପ ନାୟକ, ଅଚ୍ୟୁତ ନାୟକ, ଆଲୋକ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଚାଲିଥିଭା ଏହି ବନ୍ଦର ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ସଂପୂର୍ଣ୍ଣ ଭାବେ ଯାତାୟାତ ଠପ୍ ହୋଇଛି । ସେହିପରି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, କାର୍ଯ୍ୟାଳୟ ବନ୍ଦ ରହିଛି । କଂଗ୍ରେସ କର୍ମୀମାନେ ବୁଲି ବୁଲି ପିକେଟିଂ କରି ଏହି ବନ୍ଦକୁ ସଫଳ କରିବା ପାଇଁ ଅନୁରାେଧ କରୁଛନ୍ତି ।

Leave A Reply

Your email address will not be published.