ବଡ଼ବିଲ ଯୋଡ଼ା ଖଣି ଅଞ୍ଚଳରେ ବନ୍ଦ ସଫଳ

0 1

ବଡ଼ବିଲ

ତୈଳ ଦର ପ୍ରତିବାଦରେ ଭାରତ ବନ୍ଦର ପ୍ରଭାବ ଖଣି ଅଞ୍ଚଳରେ ଅନୁଭୂତ ହୋଇଛି। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି। ସେହିପରି କାଁ ଭାଁ ଦୁଇ ଚକିଆ ଯାନ କୁ ଛାଡିଦେଲେ ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପେଟ୍ରୋଲ ପମ୍ପ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ମଧ୍ୟ ବନ୍ଦ ଥିବାର ଦେଖିବାକୁ ମିଳିଛି। ବିଭିନ୍ନ ଖଣିରୁ ଖଣିଜ ପରିବହନ ମଧ୍ୟ ବନ୍ଦ ରହିଛି। ଜାତୀୟ ରାଜପଥ କଡରେ ଶହ ଶହ ଟ୍ରକ ଅଟକି ରହିଛି। ବଡ଼ବିଲ ଠାରେ ଆଜି ଶତାଧିକ କଂଗ୍ରେସ କର୍ମୀ ନଗର ସଭାପତି ବିଜୟ ସ୍ବାଇଁଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ପିକେଟିଂ କରିଛନ୍ତି। ଦିନ ସାଢେ ଏଗାରଟା ସମୟରେ କଂଗ୍ରେସ କର୍ମୀମାନେ ବଡ଼ବିଲ ଜେ ଏମ୍ ଏଫ ସି କୋର୍ଟ ସମ୍ମୁଖରେ ବିଭିନ୍ନ ନାରା ଦେବାସହ କୋର୍ଟ ବନ୍ଦ କରିଥିଲେ। ସେହିପରି ସି ପି ଆଇ ତରଫରୁ ମଧ୍ୟ ବନ୍ଦକୁ ସମର୍ଥନ କରାଯାଇଛି। କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଯୋଡ଼ାରେ ମଧ୍ୟ ଉଭୟ କଂଗ୍ରେସ ଓ ସି ପି ଆଇ ବନ୍ଦ ପାଳନ କରିଛି।  କର୍ମୀ ମାନେ ଏସ ବି ଆଇ ଛକ, ବସଷ୍ଟାଣ୍ଡ ଛକ, ବାଂଶପାଣି ଓ ବନେଇକଳା ଅଞ୍ଚଳରେ ରାସ୍ତା ଅବରୋଧ କରିଥିଲେ। ବଲାଣି, ଗୁଆଲି, ବିଲେଇପଦା ଓ ଜୁରୁଡ଼ି ପ୍ରଭୁତି ସ୍ଥାନରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିବା ବେଳେ ମୋଟାମୋଟି ଭାବେ ଖଣି ଅଂଚଳରେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି |

 

Leave A Reply

Your email address will not be published.