ସର୍ବ ଭାରତୀୟ ୧୯ ବର୍ଷରୁ କମ ରଗବି ପ୍ରତିଯୋଗିତାର ପ୍ରଥମ କ୍ୱାଟାର ଫାଇନାଲ

16

ବାରିପଦା(ଦିଲ୍ଲୀପ ମହାନ୍ତି )—ବାରିପଦା ତଖତପୁରସ୍ଥିତ ଆଇନ ମହାବିଦ୍ୟାଳୟ ଖେଳପଡ଼ିଆରେ ଆରମ୍ଭ ହୋଇଥିବା ସର୍ବ ଭାରତୀୟ ୧୯ ବର୍ଷରୁ କମ ରଗବି ପ୍ରତିଯୋଗିତାର ପ୍ରଥମ କ୍ୱାଟାର ଫାଇନାଲର  ପ୍ରଥମ ମ୍ୟାଚ ଭୂବନେଶ୍ୱର ଓ ଚଣ୍ଡିଗଡ଼  ବାଳିକା ଟିମ ମଧ୍ୟରେ ଅନୁଷ୍ଠିତ ହେବାର ରହିଥିଲା । ମାତ୍ର ଚଣ୍ଡିଗଡ଼ ବାଳିକା ଟିମ ପଡ଼ିଆରେ ଅନୁପସ୍ଥିତ ରହିଥିବା କାରଣରୁ ଭୂବନେଶ୍ୱର ବାଳିକା ଟିମକୁ ୱାକ ଓଭର ମାଧ୍ୟମରେ ବିଜୟୀ ଘୋଷିତ କରାଯାଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ ମୟୂରଭଞ୍ଜ-ରାଜସ୍ଥାନ ମଧ୍ୟରେ ହୋଇଥିଲା । ଏଥିରେ ମୟୂରଭଞ୍ଜ ରାଜସ୍ଥାନକୁ ୧୦-୦ ଗୋଲରେ ପରାସ୍ତ କରିଥିଲା ତ୍ତୃତୀୟ ମ୍ୟାଚରେ ମହାରାଷ୍ଟ୍ର ବିହାରକୁ ୧୪-୭ ଗୋଲରେ,  ଜଙ୍ଗଲ କ୍ରୋ ୧୭-୫ ଗୋଲରେ ହରିଆନାକୁ ପରାସ୍ତ କରି ସେମିଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲା । ସେହିପରି ବଙ୍କଳ ବଗ୍ରର ପ୍ରଥମ ମ୍ୟାଚରେ ୟୁପିର ଆଇଆରସି ଟିମକୁ ବିହାର ୨୯-୦ ଗୋଲରେ ପରାସ୍ତ କରିଥିବା ସମୟରେ ଭୂବନେଶ୍ୱର ଚଣ୍ଡିଗଡ଼କୁ ୧୭-୦ ଗୋଲରେ, ଦିଲ୍ଲୀ ଭୂବନେଶ୍ୱର କିସ ଟିମକୁ ୭-୫ ଗୋଲରେ ଓ ମହାରାଷ୍ଟ୍ର ମୟୂରଭଞ୍ଜ ଟିମକୁ ୨୨-୫ ଗୋଲରେ ପରାସ୍ତ କରି ସେମିଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଥିଲା । କ୍ୱାଟର ଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିବା ସମସ୍ତ ଟିମ ଏଣିକି କେବଳ ର୍ୟାଙ୍କିଂ ପର୍ଯ୍ୟାୟ ମ୍ୟାଚ ଖେଳିବେ । ଆଜିର କ୍ୱାଟର ଫାଇନାଲ ମ୍ୟାଚକୁ ମଣ୍ଟୁ ମଣ୍ଡଳ, ବୁଦ୍ଧଦେବ ପ୍ରଧାନ, ଈଶ୍ୱର କୋଟ୍ରାକି, ଦିବ୍ୟ ରଞ୍ଜନ ଦାସ, ବିକାଶ ଚୌରାସିଆ, ଧୀରେନ କୁମାର ରାଉତ, ସୌରଜିତ୍ ଘୋଷ, ରେହେମୁଦ୍ଧିନ ଶେଖ୍ ପ୍ରମୁଖ ପରିଚାଳନା କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆସନ୍ତା ୯ ରେ ବାରିପଦା ଷ୍ଟେସନ  ଖେଳପଡ଼ିଆରେ ଅନୁଷ୍ଠିତ  ହେବ ।

 

 

Leave A Reply

Your email address will not be published.