ଦୁଇ ସ୍କୁଲ ପିଲା ସହ ମା ଉପରେ ଚଢ଼ିଲା ବସ, ବସ କୁ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ 

0

 

Rourkela/ SUSANTA BEHERA : ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲା ଗେଟ ନିକଟ କୁମାର ପଡା ବସ୍ତିରେ ନିଜ ଛୁଆଙ୍କୁ ସ୍କୁଲ ଛାଡିବା ପାଇଁ ମା ଛିଡା ହେଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବସ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ଜଣ ଛୁଆ ସହ ମା ଗୁରୁତର ହୋଇ ପଡ଼ିଛନ୍ତି। ସୂଚନା ମୁତାବକ ବିଶ୍ରା ଆଡୁ ଦ୍ରୁତ ଗତିରେ ଆସୁଥିବା ରାଜହଂସ ବସ କୁମାର ପଡା ନିକଟରେ ପୂଜା କୁମାରୀ ଏବଂ ତାଙ୍କ ଦୁଇ ଛୋଟ ପୁଅ ଆରୀୟନ ଓ ଅନୁରାଗ ଙ୍କୁ ସ୍କୁଲ ବସରେ ବସେଇବା ପାଇଁ ରାସ୍ତା କଡରେ ଅପେକ୍ଷା କରିଥିଲେ । ଏହି ସମୟରେ ଗାଡି ଚାଳକ ଭାରସାମ୍ୟ ହରାଇ ତାଙ୍କ ଉପରକୁ ମାଡି ଯାଇଥିଲା ।  ଘଟଣା ସ୍ଥଳରେ ଆରୀୟନ ଯିଏକି ୟୁ କେଜି ୧ ରେ ଏକ ଘରୋଇ ବିଦ୍ୟାଳୟରେ ପଢ଼ନ୍ତି ତାଙ୍କୁ ଗଭୀର ଆଘାତ ଲାଗିଛି। ତାଙ୍କ ଗୋଟେ ଗୋଡ ଓ ହାତ ଉପରେ ଗାଡ଼ି ଚକ ଚଢି ଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବାର ଜଣାପଡିଛି । ଆରୀୟନ ଏବେ ଆଇଜିଏଚରେ ଆଇସିୟୁରେ ଅଛନ୍ତି । ଅନୁରାଗ ଏବଂ ତାଙ୍କ ମା ମଧ୍ୟ ଗୁରୁତର ହୋଇ ଆଇଜିଏଚ ରେ ଚିକିତ୍ସିତ ଥିବାର ଜଣାପଡିଛି । ସ୍ଥାନୀୟ ଲୋକ ଗାଡି କୁ ଭଙ୍ଗା ରୁଜା କରିବା ସହ ରାସ୍ତା ରୋକ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବାରୁ ପୋଲିସ ଦଳ ମୃତୟନ କରାଯାଇଛି । ବସ୍ତି ବାସୀ ବସ ମାଲିକ ଓ ଗାଡି ଚାଳକର ଗିରଫ ଦାବି କରିବା ସହ କ୍ଷତିପୂରଣ ଦାବି କରିଛନ୍ତି।

Leave A Reply

Your email address will not be published.