ପୁରୀ (ଅନିମେଶ ପଟ୍ଟନାୟକ): ହୋଟେଲ ଛାତରୁ ପଡି ଜଣେ ପର୍ଯ୍ୟଟକ ମୃତ । ମୃତକ ଜଣକ ଛତିଶଗଡର ଅଶୋକ ଅଗ୍ରୱାଲ ବୋଲି ଜଣା ପଡିଛି । ସ୍ଥାନୀୟ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ପ୍ରାଥମିକ ତଦନ୍ତ ଅନୁସାରେ ମୃତ ଅଶୋକ ନୂଆବର୍ଷ ପାଳିବାକୁ ପୁରୀ ଆସିଥିଲେ । ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ରହୁଥିଲେ । ମଙ୍ଗଳବାର ସକାଳୁ ହୋଟେଲର ତିନି ମହଲା ଉପରୁ ତଳକୁ ପଡି ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.