ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ପ୍ୟାରେଡରେ ଭାଗନେବେ ଗଜପତି ଜିଲ୍ଲାର ଆଦିବାସୀ ଛାତ୍ର ଶରତ ଗମାଙ୍ଗ।

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ପ୍ୟାରେଡରେ ଭାଗନେବେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ମଳାସ ପଦର ପଞ୍ଚାୟତର ଆଦିବାସୀ ଛାତ୍ର ଶରତ ଗମାଙ୍ଗ।
ସେ ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟର ଯୁକ୍ତ ତିନିର ଦ୍ଵିତୀୟ ବର୍ଷର ଛାତ୍ର ଅଟନ୍ତି। କଲେଜରେ ଅଧୟନ ସମୟରୁ ସେ ଜାତୀୟ ସେବା ଯୋଜନାରେ ଭାଗ ନେଇଥିଲେ।
ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ସେବାରେ ଅନୁପ୍ରାଣୀତ ହୋଇ ସଫଳତାର ସହ ପାହାଚ ଚଢି ମୋହନା ମହାବିଦ୍ୟାଳୟରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତା’ପରେ ବାରିପଦା ଓ ପରେ କଲିକତା ବିଶ୍ଵବିଦ୍ୟାଳୟକୁ ମନୋନୀତ ହୋଇଥିଲେ। ତାଙ୍କର ଏଭଳି ବିଭିନ୍ନ ସେବା ଯୋଗୁଁ ତାଙ୍କୁ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୬ ଜଣଙ୍କୁ ଜାତୀୟ ସ୍ତରକୁ ମନୋନୀତ ହୋଇଥିବା ବେଳେ ସେ ଗଜପତି-ଗଞ୍ଜାମ-କନ୍ଧମାଳ ଜିଲ୍ଲାରୁ ଜଣେ ମାତ୍ର ସ୍ୱେଚ୍ଛାସେବୀ ଭାବେ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି।
ଦିଲ୍ଲୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସର ପ୍ରଜ୍ଞାପନ ମେଢ ,ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଭାଗ ନେବେ। ସେ ଜାତୀୟ ସ୍ତରକୁ ମନୋନୀତ ହୋଇଥିବାରୁ ତାଙ୍କୁ ଯୁକ୍ତଦୁଇ ଓ ଯୁକ୍ତ ତିନିର ଅଧ୍ୟକ୍ଷ , ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀମାନେ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply

Your email address will not be published.