ବଣଭୋଜି ହେଲା କାଳ, ମହାନଦୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ

0

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଏକ ଘୋରେଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ବାର୍ଷିକ ଉତ୍ସବ ଅବସରରେ ନିକଟସ୍ଥ ମହାନଦୀ ପଠାକୁ ବଣଭୋଜି ପାଇଁ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀ ମାନେ ଖେଳକୁଦ କରିବା ପରେ ସମସ୍ତ ଙ୍କୁ ଗାଧୋଇ ବାକୁ ଛାଡିଥିଲେ। ଛାତ୍ରୀମାନେ ଗାଧୋଇ ଥିବା ବେଳେ ଗୈାଉଡକେଲା ଗ୍ରାମ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରୀଜିତା ଶୁଭଲକ୍ଷ୍ମୀ ଗଭୀର ପାଣି ସୁଅରେ ବୁଡି ଯାଇଥିଲେ। ଶିକ୍ଷକ ମାନେ ତାଙ୍କୁ ପାଣିରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।‌ ତେବେ, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ଥାଉକି କି ଯେ, କିଛି ବର୍ଷ ପୂର୍ବେ ମୃତା ଛାତ୍ରୀଙ୍କ ବାପା ପ୍ରମୋଦ ମିଶ୍ର କୈାଣସି କାରଣରୁ ଟ୍ରେନ ଲାଇନ ରେ ଆତ୍ମହତ୍ୟା କରିଥିଲେ। ତା’ର କିଛି ମାସ ପରେ ତାଙ୍କ ମାଁ ଗାଧୁଆ ଘରେ ଆତ୍ମହତ୍ୟା କରିଥିଲେ। ଫଲରେ ମୃତ ଛାତ୍ରୀ ଜଣକ ନିଜ ଆଇ, ବଡ ବାପାଙ୍କ ପାଖରେ ରହୁଥିଲେ। ଏନେଇ ମୃତ ଛାତ୍ରୀଙ୍କ ବଡବାପା ଭୀଷ୍ମରଥି ମିଶ୍ର ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି। ବୀରମହାରାଜପୁର ଥାନାରେ କେଶ ନଂ ୨୫୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି।

Leave A Reply

Your email address will not be published.