ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ କଳାକାରଙ୍କୁ ନାଗରିକ ସମ୍ବର୍ଦ୍ଧନା

0

 https://youtu.be/MczNEOrzxl8

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ନାଟକର ଏନ୍ତୁଡ଼ିଶାଳ ପାରଳାର ଜଣେ ମଞ୍ଚ କଳାକାରଙ୍କୁ ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଦ୍ବାରା ଆୟୋଜିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯିବା ପରେ ସାରା ଗଜପତି ଜିଲ୍ଲାରେ ଖୁସୀର ଲହରୀ ଖେଳି ଯାଇଥିଲା।
ଯୁବ ମଞ୍ଚଶିଳ୍ପୀ ଶ୍ରୀ ଆଦର୍ଶ ଦାସଙ୍କୁ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପାଇବା ପରେ ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ ହଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ପାରଳାଖେମୁଣ୍ଡିର ବହୁ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ସମ୍ମାନୀତ ଅତିଥି ରୂପେ ପୌରାଧ୍ୟକ୍ଷା ନିର୍ମଳା ସେଠୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସଭାପତି କ୍ରିଏଟିଭ ଆର୍ଟସ୍ ନୃସିଂହ ଚରଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷ ପରେ ଉପାନ୍ତ ଅଞ୍ଚଳରୁ ଯୁବ ପ୍ରତିଭାକୁ ସ୍ଵୀକୃତି ପ୍ରଦାନ କରିଥିବା ପାଇଁ ରାଜ୍ୟ ସରକାରଙ୍କୁ ଅତିଥି ମାନେ ପ୍ରଶଂସା କରିଥିଲେ।
ପରେ ଆୟୋଜକ କ୍ରିଏଟିଭ ଆର୍ଟସ ସମେତ ଜିଲ୍ଲା ପ୍ରଶାସନ , ଗଜପତି ଜିଲ୍ଲା ସାମ୍ବାଦିକ ସଂଘ , ପାରଳା ଓକିଲ ସଂଘ , ଉତ୍କଳ ସମ୍ମିଳନୀ , ଭକ୍ତି ସଙ୍ଗୀତ ସଂସଦ , ଉତ୍କଳ ହିତୈଷିଣୀ ସମାଜ , ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର , ସମଲେଇ ନୃତ୍ୟକଳା ପରିଷଦ , ମିରାକାଲ ଡେନସ ଷ୍ଟୁଡ଼ିଓ , କବିଚନ୍ଦ୍ର ପାଠାଗାର , ଗୌରହରି ପାଠାଗାର , ନିତ୍ୟାନନ୍ଦ ପାଠାଗାର , ସୁଜନୀକା ଏବଂ ସହରର ବହୁ ବୁଦ୍ଧିଜୀବୀ ମାନେ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ନିଜ ଶୁଭେଚ୍ଛା ଜଣାଇଥିଲେ
କାର୍ଯ୍ୟକ୍ରମ କୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓ ମୋନଜ ପାଢୀ ସଂଯୋଜନା କରିଥିଲେ।

Leave A Reply

Your email address will not be published.