ବୀରମହାରାଜପୁର, (ବିନୋଦ ପାଣ୍ଡେ): ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପୁଣି କମାଲ ଦେଖାଇବେ ଓଡିଆ ଖେଳାଳୀ । ଦିଲ୍ଲୀର ତାଲକୋଟରା ଇଣ୍ଡୋର ଷ୍ଟାଡିୟମରେ ହେବାକୁଥିବା ଦି୍ୱତୀୟ ଆନ୍ତର୍ଜାତୀୟ ଓପନ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନିତ ହୋଇଛନ୍ତି ଜିଲ୍ଲାର ୬ ପ୍ରତିଭାବାନ ଖେଳାଳୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମାହାରାଜପୁର ଏହେସାସ ତଇକଣ୍ଡୋ ଏକାଡେମୀର ଏହି ୬ ଜଣ ଖେଳାଳୀ ଆଜି ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଦିଲ୍ଲୀରେ ପହଂଚିଛନ୍ତି । ତାଲକୋଟରା ଇଣ୍ଡୋର ଷ୍ଟାଡିୟମ ଦିଲ୍ଲୀରେ ଏହା ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବାବେଳେ କୋଚ ଏହେସାସ ହୋତାଙ୍କ ନେତତ୍ୱରେ ଏହି ୬ ଜଣିଆ ଟିମରେ ରହିଛନ୍ତି ଅନ୍ୱେଶ ହୋତା,ହର୍ଷିତା ନାୟକ,ବିଶ୍ୱରଂଜନ ସାହୁ,କୁମାର କାଶ୍ୟପ ଶଡଙ୍ଗୀ,ଦେବାଶିଷ ଚରଣ ନାୟକ ଏବଂ ଆଶୁତୋଷ ଦାଶ । ଏହି ଖେଳାଳୀଙ୍କ ସଫଳତା ପାଇଁ ଜିଲ୍ଲାପାଳ ସୁନିଲ ନରୱଣେ ,ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଶ ପୁରୋହିତ,ଓଡିଶା ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ,ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା,ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ପୁର୍ବତନ ସମିତି ସଭ୍ୟ ପିତାମ୍ବର ସାହୁଙ୍କ ସମେତ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଶୁଭେଚ୍ଚା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post