ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହି ଠାରେ ନିତ୍ୟାନନ୍ଦ ପାଠାଗାରର ୯ମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ରାଧା ମୋହନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନର ସଭାପତି ଗୌର ହରି ପଟ୍ଟନାୟକଙ୍କ ପରିଚାଳନାରେ ମୁଖ୍ୟ ଅତିଥି ରୂପେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ , ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ , ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଏନ୍.ବୀରରାଜୁ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ନିତ୍ୟାନନ୍ଦ ସ୍ମାରକୀ ପ୍ରତିଭା ସମ୍ମାନରେ ଗୁରୁଶ୍ରୀ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକୃତା , ଚିତ୍ରାଙ୍କନ , ରଚନା ଆଦି ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପ୍ରମାଣପତ୍ର ଓ ପୁରସ୍କୃତ ପ୍ରଦାନ କରିଥିଲେ।
ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ସାମଲ ପାଠାଗାରକୁ ଏକ ଆଲମୀରା ସହିତ ଗପବହି ପ୍ରଦାନ କରିଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ରବି ଚୌଧିରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଦାମୃତ ନୃତ୍ୟାୟନର କଳାକାର ମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post