ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ସେବା ସମବାୟ ଲିଃ ପ୍ରାଙ୍ଗଣରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସଭାପତି ଜତିନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରି ଧାନ କିଣାର ଶୁଭାରମ୍ଭ କରିଥିଲେ।ସେବା ସମବାୟ ସମ୍ପାଦକ ଘନଶ୍ୟାମ ପଧାନ ଧାନ କିଣାର ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ ଚାଷୀଙ୍କୁ ଅବଗତ କରାଇଥିବା ବେଳେ ୭୯୭ ଜଣ ଚାଷୀ ଚଳିତ ବର୍ଷ ଧାନ କ୍ରିୟ କରିବେ ବୋଲି ପ୍ରକାଶ କରିଥିଲେ। ପ୍ରଥମ ଦିନରେ ତିନୋଟି ଚାଷୀ ଙ୍କ ଠାରୁ ୧୩୦ କୁଇଣ୍ଟାଲ ଧାନ ସୁରୁଖୁରୁରେ ଉଠିଥିବା ନେଇ ସମ୍ପାଦକ ଶ୍ରୀ ପଧାନ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ସେବା ସମବାୟ ସମିତିର କର୍ମକର୍ତ୍ତା କୁନୁ ପଧାନ, ରାଧାକାନ୍ତ ମେଣ୍ଡିଲି, ମହେଶ ତ୍ରୀପାଠୀ ଓ ଚାଷୀ ମାନେ ଉପସ୍ଥିତ ଥିବା ବେଳେ ପେକ୍ସ କର୍ମଚାରୀ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post