କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କମ୍ପର ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଉଜେରବତୀ ଭତ୍ରା। ଘଟଣାରୁ ପ୍ରକାଶ ଯେ, ମୃତ ଉଜରମତୀ ଗତକାଲି ସକାଳୁ ୬ ଘଣ୍ଟା ସମୟରେ ଡ଼ିଉଟି କରିବାକୁ ଉତ୍କଳ ଆଲୁମିନା କମ୍ପାନୀକୁ ଯାଇଥିଲେ। ଡିଉଟି ଶେଷକରି ୧୧ ଟାସମୟରେ ଘରକୁ ଫେରିବା ବେଳେ ଗାଁ ମୁଣ୍ଡରେ ମହୁମାଛି ଆକ୍ରମଣ ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରୁ ହିଁ ତାଙ୍କୁ ଉତ୍କଳ ହସ୍ପିଟାଲ ନିଆଯାଇଥିଲା
| ଉଜରମତିଙ୍କ ଅବସ୍ଥା ଗୁରୁତର ହେଇଥିବାରୁ ଜିଲ୍ଲା ମୁଖ୍ୟ ମେଡିକାଲକୁ ପଠାଇ ଦିଆଯାଇଥିଲା | କିନ୍ତୁ ବାଟରେ ହି ତାଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ଦୋରାଗୁଡା ପୁଲିସ ପହଞ୍ଚି ଶବକୁ ଜବତ କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ପୁଲିସ ହସ୍ତାନ୍ତର କରିବ । କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିନଥିବାରୁ ପରିବାର ଲୋକେ କ୍ଷୋଭ ପ୍ରକାଶକରିଛନ୍ତି ।ପୂର୍ବରୁ ଏହିପରି ଏଇ ଗଛରେ ବାରମ୍ବାର ମହୁମାଛି ଅକ୍ରମଣ କରି ୭/୮ ଜଣ ଆହତ ହୋଇଛନ୍ତି। ନିକଟରେ ଶବ ଶେଷକୃତ୍ୟ କରିବାକୁ ଆସି ମୋଇଲିଗୁଡା ଗ୍ରାମର ଶୁମନ୍ତ ନାଏକ ଆହତ ହୋଇ ଉଷାପଡା ଉତ୍କଳ ହସ୍ପିଟାଲରେ ଚିକିସ୍ଚିତ ହୋଉଛନ୍ତି।ମହୁମାଛି ବାରମ୍ବାର ବାରମ୍ବାର ଆକ୍ରମଣ କରୁଥିବାରୁ ଏହାକୁ ବାହାର କରିବାପାଇଁ ଉତ୍କଳ ଦମକଳ ବାହିନିକୁ ଜଣାଇବା ପରେ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ କହିଛନ୍ତି। ମୃତ ମହିଳାଙ୍କ ପରିବାରକୁ କ୍ଷତ ପୂରଣ ଦେବାପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post