ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଏବେ ପଥର କୋଇଲା ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। କୋଇଲା ମାଫିଆ ଓ କିଛି ପୁଲିସ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଅଞ୍ଚଳରେ ଖୋଲାଖୋଲି ବେଆଇନ ପଥର କୋଇଲା ବେପାର ଚାଲୁଛି। ଫଲରେ ସରକାର ଙ୍କ ନୂତନ ଖଣି ଆଇନ ସରକାରୀ ବାବୁ ମାନଙ୍କ ଫାଇଲ ଭିତରେ ରହିଯିବା ସହ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ର ସୀମାନ୍ତ ରେ ଥିବା ଅନୁଗୁଳ ଓ ବଣେଇଁ ଅଞ୍ଚଳରୁ ରୁ ପ୍ରତ୍ୟେକ ଦିନ ପ୍ରାୟ ୮ ରୁ ୧୦ ବେଆଇନ କୋଇଲା ବୋଝେଇ ଟ୍ରକ ବୀରମହାରାଜପୁର ଅଞ୍ଚଳକୁ ପ୍ରବେଶ କରୁଛି। ବିନା ଲାଇସେନ୍ସ ଆସୁଥିବା ଟ୍ରକ ଗୁଡ଼ିକ କଦଳୀଗଡ ଦେଇ କିଛି ଟ୍ରକ ସୁବଳୟା ଅଞ୍ଚଳରେ ରହୁଛି । ସୁବଳୟା ଓ ବୀରମହାରାଜପୁର ରାସ୍ତା ଦେଇ ପ୍ରତ୍ୟେକ ଦିନ ବେଆଇନ ଭାବେ ବିନକା, ରାମପୁର, ତରଭା, ଖମ୍ବେଶ୍ୱରୀପାଲି ,ସାଗରପାଲି, ଉଲୁଣ୍ଡା ଅଞ୍ଚଳକୁ ଯାଉଛି। କୋଇଲା ମାଫିଆ କୈାଣସି କାଗଜପତ୍ର ନକରି ଟ୍ରକ ଯାଉଥିବା ଅଞ୍ଚଳରେ ପୁଲିସ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ଖୋଲାଖୋଲି ଏଭଳି ବେଆଇନ ବେପାର ଚଲାଉଛନ୍ତି। କିଛି ଦିନ ତଳେ ସୁବଳୟା ପୋଲିସ ଏକ ବେଆଇନ କୋଇଲା ବୋଝେଇ ଟ୍ରକ କୁ ଅଟକ ରଖିଥିବା ବେଳେ ଉପରିସ୍ଥ ଅଧିକାରୀ ଙ୍କ ନିର୍ଦ୍ଦେଶରେ ଛାଡି ଦେଇଥିବା ଅଞ୍ଚଳରେ ଚର୍ଚ୍ଚ ହେଉଛି। କିଭଳି ଭାବରେ ବୀରମହାରାଜପୁର ମୁଖ୍ୟ ରାସ୍ତା ଦେଇ ପ୍ରତ୍ୟେକ ଦିନ ବେଆଇନ କୋଇଲା ବୋଝେଇ ଟ୍ରକ ଯାଉଥିବା ବେଳେ ସ୍ଥାନୀୟ ପୋଲିସ ଜାଣିପାରୁନଥିବା ନାଁ କୋଇଲା ମାଫିଆ ଙ୍କ ଠାରୁ ହାତ ଗୁଞ୍ଜା ନେଇ ନଜାଣିବା ପରି ରହୁଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ବହୁ ବାର ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ତାହା ତାହା କୈାଣସି ସୁଫଳ ମିଳିପାରିନାହିଁ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ବେଆଇନ ଭାବେ ଚାଲାଣ ହେଉଥିବା କୋଇଲା ବୋଝେଇ ଟ୍ରକ ଗୁଡ଼ିକୁ ଚଢ଼ାଉ କରିବା ପାଇଁ ସାଧାରଣ ରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.